ମେଷ- କର୍ମକ୍ଷେତ୍ରରେ ଦାୟିତ୍ ବଢିବ ହେତୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ମଧ୍ୟ ସାମାଜିକ କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଆଗ୍ରହୀ ହେବେ । କିଛି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ।
ବୃଷ- ପ୍ରିୟଜନଙ୍କ ସମର୍ଥନ ମିଳିବ । ଅତିଥିଙ୍କ ଆଗମନ ହେତୁ ଖର୍ଚ୍ଚ ହୋଇପାରେ । କିଛି ପାରମ୍ପରିକ କାର୍ଯ୍ୟରେ ଜଡିତ ହେବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ମହାନତା ଦେଖାଇବେ । ପିଲାମାନଙ୍କୁ ରୀତିନୀତି ଶିକ୍ଷା ଦେବେ ।
ମିଥୁନ- ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ହେବ । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ ଏବଂ ମାଆଙ୍କ ପାର୍ଶ୍ୱରୁ ଆର୍ଥିକ ଲାଭ ମିଳିବ । ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।
କର୍କଟ- ମନ ଉଦବେଗ ପୂର୍ଣ୍ଣ ରହିବ । ବଡ ସମ୍ପତ୍ତି କାରବାର ଲାଭଦାୟକ ହେବ । କାହାକୁ ଟଙ୍କା ଦେଲା ବେଳେ ସତର୍କ ରହିବା ଆବଶ୍ୟକ ।
ସିଂହ- ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ । ମନ ସାମାନ୍ୟ ଚିନ୍ତିତ ରହିପାରେ । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ । କର୍ମ କ୍ଷେତ୍ରରେ ସହଯୋଗ ମିଳିବ ।
କନ୍ୟା- ମନକୁ ଧ୍ୟାନରେ ରଖନ୍ତୁ । ଚାକିରିରେ କାର୍ଯ୍ୟ ଭାର ବଢିପାରେ । ଅତ୍ୟଧିକ ଉତ୍ସାହରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଅଧିକାରୀଙ୍କ ସହଯୋଗ ପାଇବେ ।
ତୁଳା- ଭାଗବତ ସେବାରେ ମନୋନିବେଶ କରିବେ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ମନ ଅସ୍ଥିର ହୋଇପାରେ । ପାରିବାରିକ ଜୀବନ ଖୁସି ହେବ । ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ଆଗ୍ରହୀ ହେବେ।
ବିଛା- ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ ।
ଧନୁ- ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ବିଦେଶୀ ବ୍ୟବସାୟ ବୃଦ୍ଧି ପାଇବ । ଲାଭର ସୁଯୋଗ ରହିବ । ବନ୍ଧୁଙ୍କ ସମର୍ଥନ ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।
ମକର- ମନରେ ଶତ୍ରୁମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ।
କୁମ୍ଭ- ବହୁତ ଆତ୍ମବିଶ୍ୱାସ ରହିବ, କିନ୍ତୁ ମନରେ ଉତ୍ଥାନ-ପତନ ହେବ । ଆପଣଙ୍କୁ ଚାକିରିରେ ଅନ୍ୟ ସ୍ଥାନକୁ ଯିବାକୁ ପଡିପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ପିତାଙ୍କ ସମର୍ଥନ ମିଳିବା
ମୀନ- ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କଳହ ଯୋଗ ରହିଛି । ଚାକିରିରେ ଅଗ୍ରଗତି ପାଇଁ ସୁଯୋଗ ରହିବ, କିନ୍ତୁ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇ ପାରେ । ଖର୍ଚ୍ଚ ବୃଦ୍ଧି ପାଇବ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - ୮୨୪୯୮୨୬୬୮୨