ମେଷ- କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ସର୍ବ କାର୍ଯ୍ୟ ସଫଳ ହେବ। ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ। ଅବଶ୍ୟ ଏତେଟା ଲାଭବାନ ହୋଇନପାରନ୍ତି।
ବୃଷ- ଅଧିକ ଆୟର ଯୋଗ ରହିଛି । ଫଳରେ ମାନସିକ ଓ ଶାରୀରିକ ସ୍ତରରେ ମଜଭୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ। ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି।
ମିଥୁନ- ଭାଗବତ ସେବାରେ ମନୋନିବେଶ କରିବେ। ମନରେ ବିଶାଦ ସୃଷ୍ଟି ହୋଇପାରେ। ଚିନ୍ତାକୁ ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ।
କର୍କଟ- ସୁଖ ହାନି ଘଟିବ। ଅଙ୍ଗରେ ସମସ୍ୟା ଦେଖାଦେବ। ଆବଶ୍ୟକତା ଠାରୁ ବ୍ୟୟ ଅଧିକ ହେବ। ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ।
ସିଂହ- ଦୁର୍ଘଟଣାରୁ ସତର୍କ ରହିବେ। ପରିଶ୍ରମ ସାମାନ୍ୟ ଅଧିକ ରହିବ। ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିବେ। କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବେ। ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।
କନ୍ୟା- ମନରେ ଆତ୍ମ ଗର୍ବ ଭରି ରହିବ। ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି। ବଡ଼ ସଫଳତା ମିଳିପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ ରହିବ। ଅଧିକ ପରିଶ୍ରମରେ ଦିନଟି କଟିବ। ମୋଟ ମୋଟି ଭାବେ ଦିନଟି ଉତ୍ତମ ଫଳ ପ୍ରଦାନ କରିବ।
ତୁଳା- ଘାତ ବାର ରହିଥିବାରୁ ମାନସିକ ଅଶାନ୍ତି ଲାଗି ରହିବ। ଆର୍ଥିକ ସମସ୍ୟା ଲାଗି ରହିବ। କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ। କିଛି ଚିନ୍ତା ମନକୁ ପ୍ରଭାବିତ କରିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ। ନୂତନ ଦ୍ରବ୍ୟ ଲାଭ କରିବାର ସୁଯୋଗ ମିଳିବ।
ବିଛା- ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ। ମାନହାନି ହେବାର ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ଆର୍ଥିକ ଅନଟନ ଦେଖା ଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ। କିଛି ନୂତନ କରିବାକୁ ଯାଉଥିଲେ ସାମାନ୍ୟ ଅପେକ୍ଷା କରିବା ଭଲ।
ଧନୁ- ଘାତ ଚନ୍ଦ୍ର ରହିଥିବାରୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ତଥାପି ସମ୍ମାନର ଅଧିକାରୀ ହେବେ। ପ୍ରଫୁଲ୍ଲ ଓ ଉତ୍ସାହିତ ରହିବେ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ।
ମକର- ଅଟକିଥିବା କାର୍ଯ୍ୟର ପରି ସମାପ୍ତି ହେବ। ପରିଶ୍ରମର ଫଳ ପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ଲାଭ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥଲାଭର ଯୋଗ ରହିଛି। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ।
କୁମ୍ଭ- କାର୍ଯ୍ୟରେ ହାନି ଘଟିବ। ଆର୍ଥିକ ଅସୁବିଧା ଦେଖା ଦେଇପାରେ। ପାରିବାରିକ ଜୀବନ ମଧ୍ୟମ ରହିବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ। ପରିଶ୍ରମ ଅଧିକ ହେବ। ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ।
ମୀନ- ଶ୍ରୀ ଚନ୍ଦ୍ର ରହିଥିବାରୁ ଆୟ ଉତ୍ତମ ରହିବ। ମନରେ ଅନେକ ଉଚ୍ଚ ଚିନ୍ତାଧାରା ରହିବ। କୌଣସି ସୂତ୍ରରୁ ଆର୍ଥିକ ସହାୟତା ମିଳିପାରେ। ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- 8249826682