ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ, ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ

Published By : Prameya-News7 Bureau | February 09, 2025 IST

ମେଷ- ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ପିଲାମାନଙ୍କ ସହିତ ସମୟ କାଟିବେ। ଅଧିକ ଖର୍ଚ୍ଚ ହେବ। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇ ଖୁସି ହେବେ।

ବୃ- ପାରିବାରିକ ଜୀବନ ସୁଖମୟ ହେବ। ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ମନ ସାମାନ୍ୟ ଚିନ୍ତାରେ ରହିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ବିଦେଶ ଯାତ୍ରା କରିପାରନ୍ତି। ଭାଇଙ୍କ ସହ ଯୋଗ ପ୍ରାପ୍ତ କରିବେ ।

ମିଥୁନ- ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

କର୍କଟ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି। ପୁରୁଣା ଋଣ ପରିଶୋଧ କରିବେ। ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

ସିଂହ- ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ ଓ ସଫଳତା ମଧ୍ୟ ମିଳିବ। ପରିବାରରେ ସାହାଯ୍ୟ ସହାନୁଭୂତି ଲାଗି ରହିବ। ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ। ନୂତନ ଯାନବାହନ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ।

କନ୍ୟା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନ ସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ ।

ତୁଳା- ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି।

ବିଛା- ଦିନଟିରେ ବହୁତ ଭଲ ଯୋଗ ରହିଛି। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ। 

ଧନୁ- ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଦିନଟି ଏତେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ।

ମକର- ଦିନଟି ମଧ୍ୟମ ଫଳ ଦେବ।   ଚିନ୍ତାକୁ ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କୁମ୍ଭ- ଦିନଟି ଭଲ ଫଳ ଦେବ। ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ। ଅଧିକ ପରିଶ୍ରମ ପଡ଼ିପାରେ। ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେବ।

ମୀନ- ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.