ମେଷ- ଗୃହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଗୃହରେ ଅନ୍ୟମାନଙ୍କ କଥାରେ ପରିଚାଳିତ ହୋଇ ପାରନ୍ତି। ପରିସ୍ଥିତି ଅନୁକୂଳ ରହିବି। ଧନ ପ୍ରାପ୍ତିର ଯୋଗ ରହିଛି ।
ବୃଷ- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି । ଆକସ୍ମିକ ଖୁସି ଖବର ମିଳିବ। ସୁଖ ସମ୍ମାନ ବୃଦ୍ଧି ପାଇବ ।
ମିଥୁନ- ଅଯଥା ବ୍ୟୟ ଯୋଗ ରହିଛି। ଅନୁକୂଳ ପରିସ୍ଥିତିରେ ଯାତ୍ରା ଆରମ୍ଭ କରନ୍ତୁ । ଅଯଥା ଯୁକ୍ତି କରନ୍ତୁ ନାହିଁ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ ।
କର୍କଟ- ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି । କିଛି ନୂଆ କରିବାକୁ ପ୍ରେରଣା ମିଳିବ ।
ସିଂହ- ନିଜକୁ ସର୍ବଦା ବ୍ୟସ୍ତ ରଖିବେ । ବ୍ୟବସାୟ ଭଲ ହେବ । ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ ।
କନ୍ୟା- ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନରେ ଖୁସି ଲାଗିରହିବ। ଆୟ ବୃଦ୍ଧିର ଯୋଗ ରହିଛି । ସମାଜରେ ପ୍ରତିଷ୍ଠା ଲାଭ କରିବେ। ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।
ତୁଳା- ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଯାହା ବି କାମ କରିବେ, ସମୟ ପୂର୍ବରୁ ସମାପ୍ତ ହେବ । କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।
ବିଛା- ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡ଼ିବ | ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ। ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ। ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀ ଲାଭବାନ ହେବେ ।
ଧନୁ- ମିଶ୍ର ଫଳ ଲାଭ ହେବ। ଶିକ୍ଷା କ୍ଷେତ୍ରରେ ନିଜକୁ ଅଣଦେଖା କରନ୍ତୁ ନାହିଁ। ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ।
ମକର- କିଛି ନୂତନ ସମସ୍ୟା ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀମାନେ ମନ ଲଗାଇ ପରିଶ୍ରମ କରିବେ । ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ। କାର୍ଯ୍ୟ କ୍ଷେତ୍ରରେ ମନରେ ଥିବା କଥା ଗୁପ୍ତରେ ରଖନ୍ତୁ ।
କୁମ୍ଭ- ଦିନଟି ଭଲ ଫଳ ଦେବ। ଚାକିରିରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭ୍ରମଣର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଆଶାତୀତ ଫଳ ପ୍ରାପ୍ତ କରିବେ ।
ମୀନ- ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ରହିବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682