‘Sanam Teri Kasam 2’ରେ ମାୱରାଙ୍କୁ ରିପ୍ଲେସ୍ କରିବେ ଶ୍ରଦ୍ଧା ! ଫ୍ୟାନ୍ସ କହିଲେ- ଆମେ ଫିଲ୍ମ ଦେଖିବୁ ନାହିଁ…

Published By : Prameya-News7 Bureau | February 20, 2025 IST

ମୁମ୍ଵାଇ ୨୦।୦୨: ଫିଲ୍ମ ସନମ୍ ତେରି କସମ୍ ୯ବର୍ଷ ପୂର୍ବେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଚଳିତ ବର୍ଷ ଏହି ଫିଲ୍ମଟି ଭାଲେଣ୍ଟାଇନ୍ସ ୱିକ୍‌ରେ ପୁଣିଥରେ ରିଲିଜ୍‌ ହୋଇଥିଲା। ସନମ୍ ତେରୀ କସମ୍ ରି-ରିଲିଜ୍‌ ମୁକ୍ତିଲାଭ କରିବା ପରେ ପ୍ରଥମ ରିଲିଜ୍ ଅପେକ୍ଷା ଢ଼େର ଅଧିକ ଟଙ୍କା ରୋଜଗାର କରିଛି। ଫିଲ୍ମର କଲେକସନ୍‌କୁ ଦେଖି ନିର୍ମାତା ଏହାର ଦ୍ୱିତୀୟ ଭାଗ ଘୋଷଣା କରିଛନ୍ତି। ସନମ ତେରି କସମ୍-୨ ଘୋଷଣା ସହିତ, ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି। ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଆଲୋଚନା ହେଉଛି।

ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ କି?

ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି ଯେ, କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ। ମାୱରା ହୋକାନଙ୍କ ଚରିତ୍ର ସାରୁଙ୍କ ମୃତ୍ୟୁ ହୋଇଥିବାରୁ ଫିଲ୍ମରେ ଏକ ନୂତନ ଷ୍ଟାରକାଷ୍ଟ ଦେଖିବାକୁ ମିଳିବ। ତେଣୁ ନିର୍ମାତାମାନେ ସିକ୍ୱେଲରେ ଏକ ନୂତନ ଚରିତ୍ର ଆଣିବେ। ଶ୍ରଦ୍ଧାଙ୍କ ପ୍ରଶଂସକମାନେ ଏହା ଶୁଣି ଖୁସି ହୋଇଛନ୍ତି କିନ୍ତୁ କିଛି ଲୋକ ଏହାର ବିରୋଧରେ ଅଛନ୍ତି।

ଲୋକମାନେ ଏହିପରି ପ୍ରତିକ୍ରିୟା ଦେଇଥିଲେ

ଶ୍ରଦ୍ଧାଙ୍କ ଅଭିନୟ ଉପରେ ଅନେକ ଲୋକ ମତାମତ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ଶ୍ରଦ୍ଧା କପୁର ହେଉଛନ୍ତି ଉପଯୁକ୍ତ ପସନ୍ଦ। ଅନ୍ୟ ଜଣେ ଲେଖିଛନ୍ତି- ଶ୍ରଦ୍ଧା ସର୍ବୋତ୍ତମ କିନ୍ତୁ ମାୱରା ଭିନ୍ନ। ଜଣେ ଲେଖିଛନ୍ତି- ଆମେ ଏହି ଫିଲ୍ମ ଦେଖିବାକୁ ମଧ୍ୟ ଯିବୁ ନାହିଁ। କେବଳ ମାୱରା ଏବଂ ହର୍ଷ ଠିକ୍‌। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.