ମୁମ୍ଵାଇ ୨୦।୦୨; ଅଭିନେତା ରାଜ୍ ବବରଙ୍କ ପୁଅ ପ୍ରତୀକ ବବର ଦ୍ୱିତୀୟ ବିବାହ କରିଛନ୍ତି। ପ୍ରତୀକ ତାଙ୍କ ପ୍ରେମିକା ପ୍ରିୟା ବାନାର୍ଜୀଙ୍କ ସହ ସାତ ଫେରା ନେଇଛନ୍ତି। ବିବାହ ପରଠାରୁ, ପ୍ରତୀକ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ଅଛନ୍ତି । କାରଣ ପ୍ରତୀକ ତାଙ୍କ ବିବାହରେ ତାଙ୍କ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରିନଥିଲେ। ପ୍ରତୀକ ତାଙ୍କ ବାପା ରାଜଙ୍କ ସହ ମତଭେଦ ଯୋଗୁଁ, ଏହି ବିବାହକୁ କେହି ଆସି ନଥିଲେ। ଏହି କାରଣ ପାଇଁ ରାଜ୍ ବବର ବହୁତ ଦୁଃଖିତ ଥିବା କହିଛନ୍ତି ପ୍ରତୀକଙ୍କ ସାବତ ଭାଇ ଆର୍ଯ୍ୟ ବବର।
ସେ କହିଛନ୍ତି ଯେ, "ବୋଧହୁଏ ଆମେ ପରିବାର ଭାବରେ ତାଙ୍କୁ ନିରାଶ କରିଛୁ। ଆମ ପରିବାରର ଅନ୍ୟ ସଦସ୍ୟମାନେ ଯେମିତି କି ମୋ ମା’ ନାଦିରା ବବର, ମୋ ଭଉଣୀ ଜୁହି ବବର, କିମ୍ବା ମୋତେ ନିମନ୍ତ୍ରଣ ନକରିବା କ୍ଷମାଯୋଗ୍ୟ ହୋଇପାରେ। ହୁଏତ ଆମେ ତାଙ୍କୁ ପରିବାର ଭାବରେ ନିରାଶ କରିଛୁ। କିନ୍ତୁ ଆମେ ତାଙ୍କୁ କେବେ ସାବତ ଭାଇ ଭଳି ବ୍ୟବହାର କରିନାହୁଁ। ଆମକୁ ଡାକିଲେନି ତାହା ଚଳିବ। କିନ୍ତୁ ବାପା? ତାଙ୍କୁ ନିମନ୍ତ୍ରଣ ନକରି ବହୁତ କଷ୍ଟ ଦେଇଛନ୍ତି।
ସେ ଆହୁରି କହିଛନ୍ତି, "ଆମେ ସର୍ବଦା ପ୍ରତୀକଙ୍କୁ ପରିବାରର ଏକ ଅଂଶ ବୋଲି ମାନିଛୁ। ଆମ ହୃଦୟର ଦ୍ୱାର ତାଙ୍କ ପାଇଁ ସବୁବେଳେ ଖୋଲା। ଆମେ ଆଶା କରୁଛୁ ଯେ ସେ ବିବାହରେ ଖୁସିରେ ରହିବେ। କହିବାକୁ ଗଲେ ଅଭିନେତା ପ୍ରତୀକ ବବରଙ୍କର ତାଙ୍କ ବାପା ରାଜ ବବରଙ୍କ ସହ ଭଲ ସମ୍ପର୍କ ନାହିଁ। ଏହି କାରଣରୁ ପ୍ରତୀକ ତାଙ୍କ ବାପା କିମ୍ବା ଭାଇଙ୍କୁ ବିବାହକୁ ନିମନ୍ତ୍ରଣ କରିନଥିଲେ।