ମେଷ- ସଫଳତା ହାସଲ ହେବ। ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଭାଇଙ୍କ ସହିତ ବିବାଦ ହୋଇପାରେ। ଛାତ୍ରମାନେ ଶିକ୍ଷାରେ ମନ ଦେବେ। ପ୍ରେମ ସଂପର୍କରେ ମନୋମାଳିନ୍ୟ ଦେଖାଦେବ ।
ବୃଷ- ବୃଷ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟ କରିବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।
ମିଥୁନ- ନୂଆ ରୋଜଗାରର ପନ୍ଥା ପାଇବେ। ରାଜନୀତିରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ । ନୂତନ ଚାକିରିର ଯୋଗ ଅଛି । ମିଳୁନଥିବା ଟଙ୍କା ଫେରି ପାଇବେ । ଘରେ ଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ ଉପକୃତ ହେବେ ।
କର୍କଟ- କାମ କରିବା ସମୟରେ ସାବଧାନ ରୁହନ୍ତୁ । ଚୋରି ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ। ମନରେ ଶାନ୍ତି ରହିବ। ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।
ସିଂହ- ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତାରେ ରହିବେ ।
କନ୍ୟା- କାମ କରିବାକୁ ନୂଆ ସୁଯୋଗ ପାଇବେ। ସମସ୍ୟାର ସମାଧାନ ହେବ। ପରିବାର ସଦସ୍ୟ ସାହାଯ୍ୟ କରିବେ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟରେ କ୍ଷତି ହେବ। ବିଦ୍ୟାର୍ଥୀମାନଙ୍କର ଭ୍ରମଣ ଯୋଗ ରହିଛି ।
ତୁଳା- ମୂଲ୍ୟବାନ ବସ୍ତୁ କ୍ରୟ କରିବେ। ବ୍ୟବସାୟରେ ଉନ୍ନତି ହେବ। ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢ଼ିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି | ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହେବ।
ବିଛା- ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଭ୍ରମଣ ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ | ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ବିଷୟରେ ଚିନ୍ତିତ ହେବେ। ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ ।
ଧନୁ- ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ | ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି। ସାଙ୍ଗମାନଙ୍କୁ ସାହାଯ୍ୟ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବ। ଦମ୍ପତିମାନେ ଭ୍ରମଣରେ ଯାଇପାରନ୍ତି। ବିଦ୍ୟାର୍ଥୀ ଆଶାବାଦୀ ହେବେ ।
ମକର- ଭଲ ସୁଯୋଗ ପାଇବେ। ପରିବାରରେ ଯଥା ସମ୍ଭବ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ । ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ । ଚାକିରିରେ ମନୋମାଳିନ୍ୟ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ ।
କୁମ୍ଭ- ବିନା କାରଣରେ ଚିନ୍ତିତ ହେବେ। ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।
ମୀନ- ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି । ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।
ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ -8249826682