ବୃଷ ରାଶି ବ୍ୟକ୍ତି ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ, କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ

Published By : Prameya-News7 Bureau | May 20, 2025 IST

ମେଷ- ଧନ ଲାଭର ଯୋଗ ରହିଛି। ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ। ସମୟ କଠିନ, ରହିବ  କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ। ପ୍ରେମ ସମ୍ପର୍କ ପାଇଁ ସମୟ ଭଲ। ମନରେ ଥିବା ନକାରାତ୍ମକ ଚିନ୍ତାଧାରାକୁ ଦୁରେଇବାକୁ ଚେଷ୍ଟା କରନ୍ତୁ।

ବୃଷ- ଦଶମ ଚନ୍ଦ୍ର ରହିଥିବାରୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ। ବିବାହିତ ଜୀବନ ଖୁସି ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ|

ମିଥୁନ- ମିଥୁନ ରାଶି ପାଇଁ ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ। ନୂତନ ନିଯୁକ୍ତିର ସୂଚନା ମିଳିବ। କାରବାରରେ ତରତର ହୁଅନ୍ତୁ ନାହିଁ। ଯାନ- ବାହନରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ।

କର୍କଟ- ଦିନଟି ବହୁ ବ୍ୟସ୍ତତା ଭିତରେ କାଟିବ। ଆଳସ୍ୟର ବଶବର୍ତ୍ତୀ ହେବ। ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ। ଶରୀର ପୀଡ଼ା ପରି ସମସ୍ୟା ଗ୍ରାସ କରିବ । ଆଣ୍ଠୁ ଗଣ୍ଠିରେ ସମସ୍ୟା ହୋଇପାରେ। ହେଲେ ମଧ୍ୟ ଆୟ ସଠିକ ରହିବ। ବିଦ୍ୟାର୍ଥୀମାନେ କର୍ମଠ ହେବେ।

ସିଂହ- ମନ ପ୍ରସନ୍ନ ରହିବ। କ୍ୟାରିୟର ନୂଆ ଦିଗ ନେବ। କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ପ୍ରୀତି ବୃଦ୍ଧି ହେବ। ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ। ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ।

କନ୍ୟା- ଆର୍ଥିକ ଚିନ୍ତା ରହିବ।   କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ। ସମସ୍ତଙ୍କ ପାଖରେ ଯୋଜନା ପ୍ରକାଶ କରିବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ।

ତୁଳା- ଶାରୀରିକ ଅସୁସ୍ଥତା ହୋଇପାରେ। ସୃଜନଶୀଳତା ଶିଖରରେ ରହିବ। ହେଲେବି ମାନସିକ ଆସନ୍ତି ହୋଇପାରେ। ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ। ବ୍ୟବସାୟ ପ୍ରସଙ୍ଗରେ, କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।

ବିଛା- ନୂତନ ଆୟର ଯୋଗ ରହିଛି। କୌଣସି  ଦ୍ରବ୍ୟ ନଷ୍ଟ ହୋଇପାରେ। ଅଟକିଥିବା କାର୍ଯ୍ୟ ସମାପ୍ତ ହେବ। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ଛାତ୍ରମାନଙ୍କ ପାଇଁ ସାଧାରଣ ଦିନ ହେବ। ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବ। 

ଧନୁ- ପ୍ରଶଂସାର ପାତ୍ର ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆର୍ଥିକ ପରିସ୍ଥିତି ଦୃଢ଼ ହେବ। ଭାବପ୍ରବଣତା ଆପଣଙ୍କ ସମସ୍ୟା ହୋଇପାରେ। ହୋଲସେଲ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ | ପରିବାର ସହିତ ସମୟ ବିତାଇ ମନ ଖୁସି ହେବ।

ମକର- ପାରିବାରିକ କଳହର ଯୋଗ ରହିଛି। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ। ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ  ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି। 

କୁମ୍ଭ- ଆୟରେ ବୃଦ୍ଧି ହେବ। କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ। କିଛି କାର୍ଯ୍ୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରିବେ। ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି। ଅଫିସରେ କୌଣସି ଜଟିଳ ବିଷୟ ସମାଧାନ ହେବ। 

ମୀନ- କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ। ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡ଼ିତ କାର୍ଯ୍ୟ ପୁଣି ଆରମ୍ଭ ହେବ। ଭ୍ରମଣରୁ ଦୂରେଇ ରୁହନ୍ତୁ। ଏହା କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିପାରେ। କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ- 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.