ମେଷ - ବନ୍ଧୁ ମିଳନର ଯୋଗ ରହିଛି । ଦିନଟି ଭଲ ଫଳ ଦେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ ।ଆୟ ର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନରୁ ଖୁସି ର ବାର୍ତ୍ତା ମିଳିବ ।
ବୃଷ - ବାକି ଥିବା କାର୍ଯ୍ୟ ଆସନ୍ତାକାଲି ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ । ପରିବାରରେ ଶୁଭ କର୍ମ ହେବ । ବ୍ୟବସାୟୀ ମାନେ ଲାଭବାନ ହେବେ ।
ମିଥୁନ - ଅର୍ଥ ବିଷୟ ଚିନ୍ତା ଲାଗି ରହିବ । ଦିନଟି ରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ ।
କର୍କଟ - ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । କ୍ରୋଧ ବୃଦ୍ଧି ହେବ । ଅଯଥା କଳହରେ ସମୟ ନଷ୍ଟ ହେବ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପାରେ । ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।
ସିଂହ - ପରିଶ୍ରମ ସାମାନ୍ୟ ଅଧିକ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ହେବ । ଭ୍ରମଣର ଯୋଗ ରହିଛି । ବ୍ୟବସାୟୀ ମାନେ ଅଧିକ ଲାଭବାନ ହେବ । ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।
କନ୍ୟା - ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ। ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆଶାବାଦୀ ହୋଇ ରହିବେ,ହେଲେ ମଧ୍ୟ କାର୍ଯ୍ୟ ସଫଳ ହୋଇ ନପାରେ ।
ତୁଳା - ଶୁକ୍ରବାର ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ ।
ବିଛା - ପଥ ରୋଧ ହୋଇ ପାରେ । କିଛି ବି ଦ୍ରବ୍ୟ ବ୍ୟୟ ହୋଇ ପାରେ ।ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କ ରେ ମଧୁରତା ଆସିବାର ସମ୍ଭାବନା ଅଛି ।ବିଦ୍ୟାର୍ଥୀ ମାନେ ସାମାନ୍ୟ ଆମାନଯୋଗି ହେବେ ।
ଧନୁ - ଗୃହ ରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇ ପାରେ । ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବ। ମନ ପ୍ରଫୁଲ୍ଲ ରହିବ । ଆନନ୍ଦ ରେ ଦିନଟି କଟିବ ।କର୍ମ କ୍ଷେତ୍ର ରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।
ମକର - କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନଟି କଟିବ ।ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ ।ପରିଶ୍ରମ ଅଧିକ ହେବ।ପରୋପକାର କରି ଖୁସି ଅନୁଭବ କରିବେ ।
କୁମ୍ଭ - ସମ୍ମାନ ହାନି ଘଟିବ ଅଜଣା ବ୍ୟକ୍ତି ଙ୍କ ପାଇଁ ଠକାମୀ ର ଶିକାର ହୋଇ ପାରନ୍ତି । ଧନ ଲାଭ ର ଯୋଗ ମଧ୍ୟ ରହିଛି ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ଟି ଆଳସ୍ୟ ରେ କ୍କଟିବ ।ଦିନଟି ରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ ।
ମୀନ - ଧନ କ୍ଷୟ ହେବାର ସମ୍ଭାବନା ରହିଛି ।ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ।ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମ ରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682