ମେଷ - ଘାତ ଚନ୍ଦ୍ର ରହିଥିବାରୁ ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିପାରେ ।କର୍ମ କ୍ଷେତ୍ର ରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟ ର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟ ରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି ।
ବୃଷ - ମନ ଉତ୍ସାହିତ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।
ମିଥୁନ - ମନା ସାମାନ୍ୟ ଦୁର୍ବଳ ରହିବ । କର୍ମ କ୍ଷେତ୍ର ରେ କିଛି ସମସ୍ୟା ଦେଖା ଦେଇ ପାରେ । ହେଲେ ମଧ୍ୟ ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ ।ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।
କର୍କଟ - ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
ସିଂହ - କୌଣସି ସ୍ଥାନରୁ ଅପଦସ୍ତ ହେବା ପରି ସମସ୍ୟା ଉପୁଜି ପାରେ । ଯାନ ବହନରେ ସତର୍କତା ନିହାତି ଆବଶ୍ୟକ । ଅଙ୍ଗରେ ଆଘାତ ଲାଗିବ ଭଳି ସମସ୍ୟା ଦେଖା ଦେବ । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।
କନ୍ୟା - ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ନୂଆ ଚାକିରି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।
ତୁଳା - କର୍ମ କ୍ଷେତ୍ରରେ ନିଜ ପ୍ରାଧାନ୍ୟ ବୃଦ୍ଧି ପାଇବ । ଇଚ୍ଛା କରିଥିବା ଦ୍ରବ୍ୟକୁ ଲାଭ କରିବେ । ସମ୍ମାନ ପ୍ରାପ୍ତି ହେବ । ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ବିଦ୍ୟାର୍ଥୀ ମାନେ ଦୃଢ଼ ମନା ହେବେ ।
ବିଛା - ଆର୍ଥିକ ସ୍ଥିତିରେ ଅବନତି ଘଟିବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ ।ଚାଲୁ ଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତି ରେ ସଫଳତା ପ୍ରାପ୍ତି ହେବ । ଭ୍ରମଣ ଯୋଗୁଁ ଦ୍ୱିଧା ଅନୁଭବ କରିବେ ।
ଧନୁ - ପ୍ରତାରଣା ର ଶିକାର ହୋଇ ପାରନ୍ତି । ଆର୍ଥିକ ବ୍ୟୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଶରୀର ପୀଡ଼ା ପରି ସମସ୍ୟା ଆପଣଙ୍କୁ ଦେଖା ଦେବ ।ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ ।
ମକର - ଗୃହରେ କିଛି ଶୁଭ କାର୍ଯ୍ୟ ର ଆରମ୍ଭ ହେବ । ସମସ୍ତ କାର୍ଯ୍ୟ ସଫଳତା ର ସହ ସଂପୂର୍ଣ୍ଣ ହେବ। ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଆଜି ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆର୍ଥିକ ବିକାଶ ମଧ୍ୟ ହେବ ।
କୁମ୍ଭ - ନିଜ କର୍ମର ଫଳ ନିଶ୍ଚିତ ପ୍ରାପ୍ତ କରିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଭ୍ରମଣର ଯୋଗ ରହିଛି ଦମ୍ପତି ଙ୍କ ପାଇଁ ଦିନ ଟି ବହୁତ ଶୁଭ ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି କରିବେ ।
ମୀନ - ମନରେ ବିଷାଦର ଭାବ ସୃଷ୍ଟି ହେବ । ପରୋପକାର କରି ନିଜେ ଅସୁବିଧା ରେ ପଡ଼ି ପାରନ୍ତି ।ଆତ୍ମ ବିଶ୍ବାସ ବଜାୟ ରଖନ୍ତୁ । ମନରେ ସାଧାରଣ ଅଶାନ୍ତି ଭାବ ଦେଖା ଦେବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଗୃହ ରେ ଧାର୍ମିକ କାର୍ଯ୍ୟ ହୋଇ ପାରେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682