କୋଟିଆରେ କୋରାପୁଟ ଜିଲ୍ଲାପାଳ, ବିଭିନ୍ନ ପ୍ରକଳ୍ପ ବୁଲିଲେ,ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

Published By : Prameya-News7 Bureau | February 08, 2025 IST

କୋରାପୁଟ ୮/୨: ଅଚାନକ ସ୍କୁଲରେ ପହଞ୍ଚିଗଲେ । ପିଲାଙ୍କ ସୁବିଧା ଅସୁବିଧା ବୁଝିଲେ । ସାଙ୍ଗରେ ବସି ମଧ୍ୟାହ୍ନ ଭୋଜନ କଲେ । ଶନିବାର ଅଚାନକ କୋଟିଆ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ । ପ୍ରଥମେ ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଏହା ପରେ ସିଧା ପହଞ୍ଚିଯାଇଥିଲେ ଏସ୍‌.ଏସ୍‌ଡି ହାଇସ୍କୁଲରେ । 

ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସ୍କୁଲର ସବୁ ପିଲା ଖାଇବାକୁ ବସିଥିଲେ । ଜିଲ୍ଲାପାଳ ପହଞ୍ଚି ମୋ ପାଇଁ ମଧ୍ୟ ଲଞ୍ଚର ବ୍ୟବସ୍ଥା କରିବାକୁ କହିଥିଲେ । ଆଉ ପିଲାଙ୍କ ସାଙ୍ଗରେ ବସି ଥାଳିରେ ବଢା ଯାଇଥିବା ଭାତ,ଡାଲି ଓ ତରକାରୀ ଖାଇଥିଲେ । ଖାଇବା ସମୟରେ ପାଠପଢା କେମିତି ଚାଲିଛି ପଚାରିଥିଲେ । ପିଲାଙ୍କ ସୁବିଧା ଅସୁବିଧା ବୁଝିଥିଲେ । ଜିଲ୍ଲାପାଳଙ୍କ ସହ ମଧ୍ୟାହ୍ନ ଭୋଜନ କରି ବେଶ ଖୁସିଥିବା କହିଛନ୍ତି ଛାତ୍ରଛାତ୍ରୀ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.