ମୁମ୍ଵାଇ ୨୮।୧୧; ବଲିଉଡ୍ର ପରମ ସୁନ୍ଦରୀ କ୍ରିତି ସାନନ। ତାଙ୍କ ଦମ୍ଦାର ଅଭିନୟ ସର୍ବଦା ଚର୍ଚ୍ଚାରେ ରହିଆସିଛି। ଜାତୀୟ ପୁରସ୍କାର ଜିତିଥିବା କ୍ରିତି ସାନନ୍ ଦୀର୍ଘ ଦିନ ଧରି ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇଆସୁଛନ୍ତି। ତାଙ୍କର ସମସ୍ତ ଚଳଚ୍ଚିତ୍ରକୁ ପ୍ରଶଂସକ ଅପେକ୍ଷା କରି ରହିଛନ୍ତି । ଚର୍ଚ୍ଚାରେ ଥିବା ବାୟୋପିକ୍ ହେଉଛି କିମ୍ବଦନ୍ତୀ ମୀନା କୁମାରୀଙ୍କ ବାୟୋପିକ୍। ଏହି ବାୟୋପିକ୍ କିଛି ସମୟ ପୂର୍ବରୁ ମନୀଷ ମଲହୋତ୍ରା ଘୋଷଣା କରିଥିଲେ। କିନ୍ତୁ ଏହା ତିଆରି ହେବା ପୂର୍ବରୁ ଏହା ବନ୍ଦ ହୋଇଯାଇଛି।
ଏହା କ୍ରିତି ସାନନ୍ର ପ୍ରଥମ ବାୟୋପିକ୍ ହେବାକୁ ଯାଉଥିଲା । ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ରେ ମନୀଷ ମଲହୋତ୍ରା କହିଛନ୍ତି ଯେ ସେ ବହୁ ପ୍ରତୀକ୍ଷିତ ବାୟୋପିକ୍ ମୀନା କୁମାରୀଙ୍କ ଉପରେ କାମ କରୁନାହାଁନ୍ତି।
ମୀନା କୁମାରୀଙ୍କ ବାୟୋପିକ୍ ବନ୍ଦ ?
ମନୀଷ ମଲହୋତ୍ରା ମୀନା କୁମାରୀଙ୍କ ବାୟୋପିକ୍ ସମ୍ବନ୍ଧରେ ଅପଡେଟ୍ ଦେଇଛନ୍ତି ଯେ ସେ ଏହାକୁ ପ୍ରସ୍ତୁତ କରୁନାହାଁନ୍ତି। କିନ୍ତୁ ଶୀଘ୍ର ଅନ୍ୟ କିଛି କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ସେ ୟଶ ରାଜ ଜୀଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ରୋମାଣ୍ଟିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି ବାୟୋପିକକୁ ନେଇ ଦୀର୍ଘ ସମୟ ଧରି ହଇଚଇ ଦେଖାଦେଇଥିଲା ।
ଏହି ବାୟୋପିକରେ କ୍ରିତି ସାନନ୍ ମୀନା କୁମାରୀଙ୍କ ଭୂମିକାରେ ଅଭିନୟ କରିଥାଆନ୍ତେ କିନ୍ତୁ ଏହି ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଥିଲା ହେଲେ ମୀନା କୁମାରୀଙ୍କ ସାବତ ପୁଅ ତାଜଦାର ଆମ୍ରୋହି ଏହି ପ୍ରକଳ୍ପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନର ସୂଚନା ମଧ୍ୟ ଦିଆଯାଇଥିଲା। ତେବେ ଏହି ବାୟୋପିକରୁ ପଛରୁ ହଟିବାର କାରଣ ମନୀଷ ମଲହୋତ୍ରା ସ୍ପଷ୍ଟ କରି ନାହାଁନ୍ତି।