ବେଙ୍ଗାଲୁରୁ: ନୟନତାରା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ଦାୟର କଲେ ଅଭିନେତା ଧନୁଶ। ତାଙ୍କ ପ୍ରଯୋଜନା ସଂସ୍ଥା ୱନ୍ଦେରବାର ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ନୟନତାରା, ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ଓ ସେମାନଙ୍କର ପ୍ରଯୋଜନା ସଂସ୍ଥା ରାଉଡି ପିକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛି।
ଏମାନେ ତାଙ୍କର ନେଟ୍ଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ଧୁନଶଙ୍କ ପ୍ରଯୋଜିତ ‘ନାନୁମ ରାଉଡି ଧାନ’ ଫିଲ୍ମର ଭିଡିଓ କ୍ଲିପ୍କୁ ବେଆଇନ ଭାବେ ବ୍ୟବହାର କରିଛନ୍ତି। ନଭେମ୍ବର ୨୭ ତାରିଖରେ ମାଡ୍ରାସ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ମାମଲା ଆବେଦନ ପରେ ଜଷ୍ଟିସ ଅବଦୁଲ କ୍ୱିଧୋସ ନୟନତାରା, ବିଘ୍ନେଶ ଶିବନ ଏବଂ ଅନ୍ୟମାନଙ୍କୁ ଅଭିଯୋଗ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୟନ୍ତରା ଏବଂ ବିଘ୍ନେଶ ଶିବନଙ୍କ ଡକ୍ୟୁମେଣ୍ଟାରୀ, ‘ନୟନ୍ତରା: ଦି ଫେୟାରଟେଲ’ ନୟନତାରାଙ୍କ ଜନ୍ମଦିନ ନଭେମ୍ବର ୧୮ ତାରିଖରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ଏହା ପର୍ବରୁ ଏନଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍) ପାଇଁ ଧନୁଶ ମନା କରିବାରୁ ନୟନତାରା ତାଙ୍କ ପାଖକୁ କଡ଼ା ଭାଷାରେ ଏକ ଚିଠି ଲେଖିଥିଲେ। ସେପଟେ ଧନୁଶ ମଧ୍ୟ ଚିଠିର ଜବାବ ଦେଇଥିଲେ।
ଡକ୍ୟୁମେଣ୍ଟାରୀରେ ବିଟିଏସ୍ ଭିଜୁଆଲ୍ ବ୍ୟବହାର କରାଯାଇଥିବାରୁ ଦମ୍ପତିଙ୍କ ବିରୋଧରେ ମକଦ୍ଦମା ଦାୟର କରିବାକୁ ଧନୁଷ ଚେତାବନୀ ଲିଗାଲ ନୋଟିସ୍ ଜାରି କରିଥିଲେ। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ସେମାନେ କ୍ଲିପ୍ ବ୍ୟବହାର କରନ୍ତି ତେବେ ସେ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ମାଗିବେ।