ଧନୁଶ ଓ ଐଶ୍ୱର୍ଯ୍ୟାଙ୍କ ଡିଭୋର୍ସକୁ ମିଳିଲା କୋର୍ଟ ଅନୁମତି: କାହାର ହେବେ ଦୁଇ ପୁଅ ?

Published By : Prameya-News7 Bureau | November 27, 2024 IST

indiatoday

ଚେନ୍ନାଇ: ଅଭିନେତା ତଥା ନିର୍ଦ୍ଦେଶକ ଧନୁଶ ଓ ନିର୍ଦ୍ଦେଶିକା ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ଛାଡ଼ପତ୍ର ସମ୍ପୂର୍ଣ୍ଣ ହୋଇଛି। ବୁଧବାର(ନଭେମ୍ବର ୨୭)ଚେନ୍ନାଇ ପରିବାର କୋର୍ଟରେ ଏହାର ଆଇନଗତ ପ୍ରକ୍ରିୟା ଆଜି ଶେଷ ହେବା ପରେ ଦୁଇ ଦମ୍ପତ୍ତି ଅଲଗା ହୋଇ ଯାଇଛନ୍ତି। ଏନେଇ ଧନୁଶ ଇନ୍‌ଷ୍ଟାରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୧୮ ବର୍ଷ ତଳେ ଐଶ୍ୱର୍ଯ୍ୟା ଓ ଧନୁଶ ବିବାହ କରିଥିଲେ। ସେମାନଙ୍କର ଯାତ୍ରା ଓ ଲିଙ୍ଗା ନାଁରେ ଦୁଇ ପୁଅ ମଧ୍ୟ ଅଛନ୍ତି। 

ଜାନୁଆରୀ ୨୦୨୨ରେ ଦୁଇ ସେଲେବ୍ରେଟି ଅଲଗା ହେବା ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ଦୁଇ ଷ୍ଟାର୍ ଚେନ୍ନାଇ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ହେଲେ ବ୍ୟସ୍ତତା ଯୋଗୁ ୩ ଥର ଶୁଣାଣିରେ ଧନୁଶ ଓ ଐଶ୍ୱର୍ଯ୍ୟା ଅନୁପସ୍ଥିତ ରହିଥିଲେ। ଶେଷରେ ନଭେମ୍ବର ୨୧ ତାରିଖରେ ଧନୁଶ ଓ ଐଶ୍ୱର୍ଯ୍ୟା ଫ୍ୟାମିଲି କୋର୍ଟରେ ଊପସ୍ଥିତି ରହି ଆଇନଗତ କାର୍ଯ୍ୟ ପୂରା କରିବା ପରେ ଡିଭୋର୍ସ କାମ ସରିଛି।

ଫ୍ୟାମିଲି କୋର୍ଟ ବିଚାରପତି ସୁଭଦେବୀ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କୁ ସେମାନଙ୍କ ନିଷ୍ପତ୍ତି ବିଷୟରେ ପଚାରିଥିଲେ। ସେମାନେ ଛାଡ଼ପତ୍ର ପାଇଁ ଇଚ୍ଛା ପ୍ରକାଶ କରିବାରୁ ନଭେମ୍ବର ୨୭ରେ କୋର୍ଟ ଡିଭୋର୍ସ କରାଇଛନ୍ତି। ଛାଡ଼ପତ୍ର ପରେ ଧନୁଶ ଦମ୍ପତ୍ତି ଦୁଇ ପୁଅଙ୍କର ପିତାମାତା ହୋଇ ରହିବେ ବୋଲି କୋର୍ଟ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.