ଧରାପଡିଲା କ୍ରିତିଙ୍କ ଲୁଚାଛପା ପ୍ରେମ, ବିଦେଶରେ ବୟଫ୍ରେଣ୍ଡ ସହ କାଟୁଛନ୍ତି ଛୁଟି

Published By : Prameya-News7 Bureau | April 22, 2025 IST

ମୁମ୍ଵାଇ ୨୨।୦୪; ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ଏବେ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଟାଉନ୍‌ରେ ଆଲୋଚନା ହେଉଛି ଯେ କ୍ରିତି ବ୍ୟବସାୟୀ କବୀର ବାହିଆଙ୍କ ପ୍ରେମରେ ପଡ଼ିଛନ୍ତି ଏବଂ ଦୁହେଁ ରିଲେଶନସିପ୍‌ରେ ଅଛନ୍ତି। ଦୁଇଜଣଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯାହା ପରେ ଏହି ଗୁଜବ ଆହୁରି ଜୋର ଧରିଛି। ଏବେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି। ଯାହା ପରେ ଉଭୟଙ୍କୁ ନେଇ ଚାଲିଛି ଗସିପ୍‌।

କ୍ରିତି ବର୍ତ୍ତମାନ ତାଙ୍କ ଗୁଜବ ପ୍ରେମିକଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି। ନିକଟରେ କ୍ରିତି ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଗୁଡ଼ିକରେ ସେ ବିଦେଶରେ ମଜା କରୁଥିବାର ନଜର ଆସୁଛନ୍ତି । ସେୟାର କରାଯାଇଥିବା ଫଟୋଗୁଡ଼ିକରେ ସେ ଏକା ନାହାନ୍ତି। କ୍ରିତିଙ୍କ ସହ ଆଉ ଜଣେ ମଧ୍ୟ ଅଛନ୍ତି । ଯେଉଁଥିରୁ ଦୁହିଁଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉନାହିଁ,ବରଂ ଛାଇରରୁ ପ୍ରଶଂସକମାନେ ନିଶ୍ଚିତ ଯେ ସେ କବୀର ବାହିୟା। ଏହି ଫଟୋକୁ ଦେଖିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କ୍ରିତିଙ୍କ ପରେ, କବୀର ମଧ୍ୟ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ। 

ଅଭିନେତ୍ରୀଙ୍କ ଭଉଣୀ ନୁପୁର ମଧ୍ୟ ସୁନ୍ଦର କମେଣ୍ଟ ଦେଇଛନ୍ତି ।  ଯେଉଁଥିରେ ପ୍ରଶଂସକମାନେ ନିଶ୍ଚିତ ହୋଇଗଲେ ଯେ ଏହି ଗୁଜବ ଯୋଡି ପ୍ରକୃତରେ ଏକାଠି ସମୟ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଲୋକମାନେ କ୍ରିତି ଏବଂ କବୀରଙ୍କ ଯୋଡ଼ିକୁ ନେଇ ଉତ୍ସାହିତ ଏବଂ ମନ୍ତବ୍ୟରେ କହୁଛନ୍ତି - "ପ୍ରେମକୁ ଲୁଚାଇ ହେବ ନାହିଁ!", "ଏବେ ସମ୍ପର୍କକୁ ଅଫିସିଆଲ କରନ୍ତୁ। ହେଲେ ଏଯାଏଁ କ୍ରିତି କିମ୍ବା କବୀରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.