ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଥିଲା, ଅଧିକ ବ୍ରତଧାରୀ ଆସିବାରୁ ଅବ୍ୟବସ୍ଥା ଦେଖାଦେଲା : ପୃଥ୍ଵୀରାଜ ହରିଚନ୍ଦନ

Published By : Prameya-News7 Bureau | October 18, 2024 IST

ଭୁବନେଶ୍ବର ୧୮।୧୦: ହବିଷ୍ୟାଳିଙ୍କ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ହବିଷ୍ୟାଳିଙ୍କ ଲାଗି ଦୀର୍ଘ ଦିନ ପୂର୍ବରୁ ପଞ୍ଜିକରଣ ସରିଛି । ସେମାନଙ୍କର ରହିବା ଲାଗି ସମସ୍ତ ଆନୁଷଙ୍ଗୀକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି । ହବିଷ୍ୟାଳିଙ୍କର କୌଣସି ଅସୁବିଧା ନହେଉ ବୋଲି ଆମେ ଚେଷ୍ଟା କରୁଛୁ । ରେଜିଷ୍ଟ୍ରେସନ କରିଥିବା ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା ହୋଇଛି । ପରବର୍ତ୍ତୀ ସମୟରେ ବିଭିନ୍ନ ଅଞ୍ଚଳରୁ ହବିଷ୍ୟାଳିଙ୍କୁ ରଖିବାକୁ ଆସିଥିବା ଅନୁରୋଧ ଅନୁସାରେ ବ୍ୟବସ୍ଥା ହୋଇଛି । ଅତିରିକ୍ତ ଭାବେ ଆସିଥିବା ହାବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରିବା କଷ୍ଟକର । ଏହାକୁ ରାଜନୈତିକ ପ୍ରସଙ୍ଗ କରିବା ଅନାବଶ୍ୟକ । 

ଗତ ବର୍ଷ ହାବିଷ୍ୟାଳିଙ୍କ ବ୍ୟବସ୍ଥା ଓ ଦୂରାବସ୍ଥା ବାବଦରେ ଲେଖାଶ୍ରୀ ସାମନ୍ତସିଂହାର ଜାଣିନଥିଲେ । ଅତୀତରେ ହବିଷ୍ୟାଳିଙ୍କୁ ଜିଲ୍ଲା ପ୍ରଶାସନ ପଚାରୁ ନଥିଲା । ହବିଷ୍ୟାଳି ପ୍ରସଙ୍ଗରେ ବିରୋଧୀ ରାଜନୀତି କରିବା ବନ୍ଦ କରନ୍ତୁ । ପ୍ରସଙ୍ଗରେ ଘିଅ ଢାଳିବା ବି ବନ୍ଦ ହେଉ । ଜିଲ୍ଲା ପ୍ରଶାସନ ଠିକ୍ ଢଙ୍ଗରେ ଦାଇତ୍ୱ ତୁଲାଉଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।

You Can Read:

ପାହାଡ଼ ଉପରୁ ମିଳିଲା ୧୧ବର୍ଷ ନାବାଳକଙ୍କ ମୃତଦେହ, ସନ୍ଦେହରେ ଜଣେ ଗ୍ରାମବାସୀ ଅଟକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.