ପାହାଡ଼ ଉପରୁ ମିଳିଲା ୧୧ବର୍ଷ ନାବାଳକଙ୍କ ମୃତଦେହ, ସନ୍ଦେହରେ ଜଣେ ଗ୍ରାମବାସୀ ଅଟକ

Published By : Prameya-News7 Bureau | October 18, 2024 IST

ପାଟଣାଗଡ଼ ୧୮।୧୦: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାକେର ଗାଁର ଏକ ପାହାଡ଼ ଉପରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଳି ପାଇଁ ନାବାଳକଙ୍କୁ ହତ୍ୟା କରାଯାଇଥିବା ମୃତ ନାବାଳକଙ୍କ ବାପା ଓ ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଗୁରୁବାର ସଂକ୍ରାନ୍ତି ଥିଲା । ସନ୍ଧ୍ୟା ସମୟରେ ନାବାଳକ ଜଣଙ୍କ ଘରୁ ବାହାରି ଥିଲେ । ହେଲେ ସେ ଆଉ ଘରକୁ ଫେରିନଥିଲା । ଶେଷରେ ଖୋଜାଖୋଜି କରିବା ପରେ ଥାନାକୁ ଯାଇ ନିଖୋଜ ନେଇ ଏତଲା ଦେଇଥିଲେ ପରିବାର ଲୋକ । ତେବେ ଶୁକ୍ରବାର ସକାଳୁ କିଛି ଗ୍ରାମବାସୀ ନାବାଳକଙ୍କ ମୃତଦେହ ପାହାଡ଼ ଉପରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ସଂକ୍ରାନ୍ତିରେ ପୁଅକୁ ବଳି ଦିଆଯାଇଥିବା ମୃତ ନାବାଳକଙ୍କ ବାପା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଡଗ୍ ସ୍କ୍ବାଡ୍ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ କରିଛି । ନାବାଳକ ଛାତିରେ ରକ୍ତ ବାହାରୁଥିବା ଜଣାପଡିଛି । 

ସେପଟେ ଏହି ସ୍ଥାନରେ ୯ ବର୍ଷ ପୂର୍ବରୁ ମଧ୍ୟ ଜଣେ ଶିଶୁକୁ ବଳି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଧରିବା ସହ ମୃତ ଶିଶୁର ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଲାଠୋର ଖପ୍ରାଖୋଲ ରାସ୍ତା ଅବରୋଧ  କରଥିଲେ ଗ୍ରାମବାସୀ । ପାଟଣାଗଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛନ୍ତି । ସନ୍ଦେହରେ ଜଣେ ଗ୍ରାମବାସୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

You Can Read:

କଲରାପତରିଆ ବାଘ ଛାଲ ସହ ନଖ ଜବତ, ୫ ଜଣଙ୍କୁ ବାନ୍ଧିଲା ବନ ବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.