କଳାବଜାରୀଙ୍କୁ ତାଗିଦ କଲେ କୃଷିମନ୍ତ୍ରୀ, କହିଲେ- ‘ଚାଷୀଙ୍କ ସହ ଠକାମୀ ବରଦାସ୍ତ କରାଯିବନାହିଁ’

Published By : Prameya-News7 Bureau | November 21, 2024 IST

ପାଟଣାଗଡ଼ ୨୧।୧୧: ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ କଳାବଜାରୀଙ୍କୁ ତାଗିତ କଲେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ଏଭଳି କିଛି କହିଛନ୍ତି କୃଷି ମନ୍ତ୍ରୀ । ଚାଷୀଙ୍କ ସହ ଠକାମୀ ବରଦାସ୍ତ କରାଯିବନାହିଁ ବୋଲି ମନ୍ତ୍ରୀ କହିଛନ୍ତି । କଳାବଜାରୀ ମାନଙ୍କୁ  ଛଡାଯିବ ନାହିଁ । କିଏ କହୁଛି ମୋର ପିଏସ୍‌   କିଏ କହୁଛି ମୋର ଏପିଏସ୍‌ ବୋଲି କହି ଚାକିରି ଯୋଗାଇ ଦେବେ ବୋଲି ଟଙ୍କା ଆଦାୟ କରୁଛନ୍ତି । ଏଠି ଏସ୍‌ପି ଜିଲ୍ଲାପାଳ ଅଛନ୍ତି ମୋର ନିଜ ଲୋକ ହେଲେ ବି କାହାକୁ ଛଡାଯିବନାହିଁ ବୋଲି ମନ୍ତ୍ରୀ  କହିଛନ୍ତି । 

You Can Read:

କୋଟିପତି ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ସରକାରୀ ବାବୁଙ୍କର ଏତେ ସମ୍ପତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.