କୋଟିପତି ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ସରକାରୀ ବାବୁଙ୍କର ଏତେ ସମ୍ପତ୍ତି

Published By : Prameya-News7 Bureau | November 21, 2024 IST

ସୋନପୁର ୨୧।୧୧: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ ହୋଇଛନ୍ତି । ଗିରଫ ଅଧିକାରୀ ଜଣକ ହେଉଛନ୍ତି ସୁରେଶ କୁମାର ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ବେଳେ ୨ଟି ବିଲ୍ଡିଂ, ଗୋଟିଏ ଫାର୍ମ ହାଉସ୍, ୧୯ଟି ପ୍ଲଟ୍, ୧ କୋଟି ୭୨ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍, ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ସୋନପୁର ସ୍ଥିତ ଭଡା ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ଚଢାଉ ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା । ବଲାଙ୍ଗିରରେ ୨ଟି ଘର, ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, ବରଗଡରେ ୧୯ଟି ପ୍ଲଟ୍ ମିଳିଛି । ସେହିଭଳି ବରଗଡରେ ଏକ ୪ ଏକରର ଫାର୍ମ ହାଉସ୍ ରହିଛି । ଯେଉଁଥିରେ ୫୦୦ରୁ ଅଧିକ ଶାଗୁଆନ ଗଛ ଲାଗିଛି । ବ୍ୟାଙ୍କ ଡିପୋଜିଟ୍, ଇନସ୍ୟୁରାନ୍ସ, ପୋଷ୍ଟାଲ, ମ୍ୟୁଚଆଲ୍ ଫଣ୍ଡ ଆଦି ମିଶାଇ ୧ କୋଟି ୭୨ ଲକ୍ଷ ଟଙ୍କାରୁ ଅଧିକ ରହିଛି । 

ସେହିଭଳି ଘରୁ ମିଳିଛି ନଗଦ ଦେଢ ଲକ୍ଷ ଟଙ୍କା । ଜଣେ ଭାଇ ନାଁରେ ପେଟ୍ରୋଲ ପମ୍ପ ଥିବା ବେଳେ ଅନ୍ୟ ଜଣେ ଭାଇଙ୍କ ନାଁରେ ଇଟା ଭାଟିରେ ଇନଭେଷ୍ଟମେଣ୍ଟ ହୋଇଛି । ଏଥିସହ ଏକ ଜେସିବି ଗାଡି ମଧ୍ୟ ମିଳିଛି । ଏହି ଚଢାଉରେ ଦୁଇ ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି ଓ ୭ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ ।

You Can Read:

ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ମହିଳାଙ୍କ ଉପରେ ମାଡିଗଲା ଟ୍ରକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.