ପାଟଣାଗଡ଼ ଶିଶୁ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ, ସସ୍‌ପେଣ୍ଡ ହେଲେ ଉପ ସ୍ବାସ୍ଥ୍ୟକେନ୍ଦ୍ର ANM

Published By : Prameya-News7 Bureau | November 22, 2024 IST

ପାଟଣାଗଡ ୨୨।୧୧: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଶିଶୁ ବିକ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ANM ଦିଦି ମମତା ଭୋଇ । ANM ଦିଦିଙ୍କୁ ନିଲମ୍ବନ କଲେ ବଲାଙ୍ଗୀର ସିଡ଼ିଏମଓ । ଘଟଣାକୁ ଗୁରୁତ୍ବର ଭାବେ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବ୍ ଡିଭିଜନ ଲାଠୁର ଥାନା ଅନ୍ତର୍ଗତ ସାନ ଗୁର୍ଜୀଭଟା ଗାଁରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା । ଏ ଘଟଣାରେ ସ୍ଥାନୀୟ ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ପ୍ରଘଟ ହେବା ପରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗତ ୧୯ ତାରିଖରେ ଉକ୍ତ ଗାଁକୁ ଯାଇଥିଲେ । ଶିଶୁ କନ୍ୟାର ପରିବାରକୁ ଭେଟି ଘଟଣା ବିଷୟରେ ପଚାରି ବୁଝିଥିଲେ ।  ସେହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପାଟଣାଗଡ ଉପଜିଲ୍ଲାପାଳ ଖପ୍ରାଖୋଲ ବିଡିଓ ତହସିଲଦାରଙ୍କ ସହ ପାଟଣାଗଡ ଏସଡିପିଓ ଉପସ୍ଥିତ ଥିଲେ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଅଧିକାରୀ ମାନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାରେ ସମ୍ପୃକ୍ତ ଥିବା ସୁନାମୁଦି ଉପ ସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ମମତା ଭୋଇଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।

You Can Read:

ଗୋ-ଚାଲାଣ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠନ ହେଲା କମିଟି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.