ଭୁବନେଶ୍ଵର: କୋରାପୁଟ ଜିଲ୍ଲା ଧାନମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ତାତିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଆସନ୍ତା ୨୫ ତାରିଖ ସୁଦ୍ଧା ଧାନ ନଉଠିଲେ ୨୬ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କୋରାପୁଟ ବନ୍ଦ ପାଇ ଚେତାବନୀ ଦେଇଛନ୍ତି ବିଧାୟକ । କୋରାପୁଟ ଜିଲ୍ଲାରେ ୧୧ତାରିଖରୁ ମଣ୍ଡି ଖୋଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧୧ମୁଠା ଧାନ ଉଠିନଥିବା ଅଭିଯୋଗ କରିଛନ୍ତି ।
ସେହିଭଳି ସମ୍ବଲପୁର ଜିଲ୍ଲାରେ ମଣ୍ଡିରେ ଅନିୟମିତତାକୁ ନେଇ ନ୍ୟୁଜ୍ 7ରେ ପ୍ରସାରିତ ହୋଇଥିବା ଖବରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖି ବିଧାୟକ ତାରା ପ୍ରସାଦ ବାହନୀପତି କହିଛନ୍ତି ଏହା ସାଂଘାତିକ ଦୁର୍ନୀତି । ମଣ୍ଡିକୁ ଚାଷୀଙ୍କ ଧାନଗାଡ଼ି ଯାଉଛି କିନ୍ତୁ ଅନଲୋର୍ଡିଂ ନହୋଇ କିଛି ସମୟ ଭିତରେ ଧାନଗାଡ଼ି ସିଧା ମିଲ୍କୁ ଯାଉଛି । ଏହାର ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବିଧାୟକ ।
କେଉଁଠି ଅଚଳାବସ୍ଥା ତ ଆଉ କେଉଁଠି ଅବ୍ୟବସ୍ଥା । ପୁଣି କେଉଁଠି ସରକାରୀ ଅଧିକାରୀ ଓ ମିଲର୍ସ ମଧୁ ଚନ୍ଦ୍ରିକାରେ ହେଉଛି ଅନିୟମିତତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡିକୁ ନେଇ ଏମିତି ମାଳ ମାଳ ଅଭିଯୋଗ ଭିତରେ ଆଜି କୋରାପୁଟ ଜିଲ୍ଲାରେ ଧାନ ମଣ୍ଡିରେ ଲାଗିରହିଥିବା ଅଚଳାବସ୍ଥାକୁ ନେଇ ତାତିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, କୋରାପୁଟ ଜିଲ୍ଲାରେ ଗଲା ୧୧ତାରିଖରୁ ଧାନମଣ୍ଡି ଖୋଲିଲାଣି । ହେଲେ ଆଜି ପର୍ଯ୍ୟନ୍ତ ୧୧ମୁଠା ଧାନ ବି ଉଠିନି । ଧାନର FAQ ମାନକୁ ନେଇ ଲାଗି ରହିଛି ଏଭିଳି ଅଚଳାବସ୍ଥା ।
ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୩ ପରିବର୍ତ୍ତେ ଜାନୁଆରୀ ୩ରେ ଖୋଳିବ ଧାନ ମଣ୍ଡି
ଅଧିକାଂଶ ମଣ୍ଡିରେ ଧାନର ମାନ ଯାଞ୍ଚ ପାଇଁ ଆବଶ୍ୟକ ଯନ୍ତ୍ରପାତି ନଥିବା ଏବଂ ସିସିଟିଭି ଲାଗିନଥିବା ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ । ସେହିଭଳି ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଯୋଗୁଁ ଧାନର ମାନ ନଷ୍ଟ ହେଉଛି । ଆସନ୍ତା ୨୫ ତାରିଁଖ ସୁଦ୍ଧା ଜିଲ୍ଲାରୁ ଧାନ ନଉଠିଲେ ୨୬ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କୋରାପୁଟ ବନ୍ଦ ପାଇଁ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।
ସେହିଭଳି ସମ୍ବଲପୁର ଜିଲ୍ଲାରେ ମଣ୍ଡିରେ ଅନିୟମିତତାକୁ ନେଇ ନ୍ୟୁଜ୍ 7ରେ ପ୍ରସାରିତ ହୋଇଥିବା ଖବରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହନୀପତି । କହିଛନ୍ତି ଏହା ସାଂଘାତିକ ଦୁର୍ନୀତି । ମଣ୍ଡିକୁ ଚାଷୀଙ୍କ ଧାନଗାଡ଼ି ଯାଉଛି କିନ୍ତୁ ଅନଲୋଡ଼ିଂ ନହୋଇ କିଛି ସମୟ ଭିତରେ ଧାନଗାଡ଼ି ସିଧା ମିଲ୍କୁ ଯାଉଛି । ସମ୍ବଲପୁର ଚାଉଁରପୁର ଓ କୁଚିଣ୍ଡା ଉପଖଣ୍ଡ ମଣ୍ଡିରେ କେମିତି ଚାଷୀଙ୍କ ଧାନଗାଡ଼ି ପଶୁଛି ଆଉ ଅନଲୋଡ଼ିଂ ନହୋଇ କିଛି ସମୟ ଭିତରେ ଟୋକନ୍ ଧରି ମିଲ୍ ଅଭିମୁଖେ ବାହାରି ଯାଉଛି, ଷ୍ଟିଙ୍ଗ୍ ଅପରେସନରେ ତା’ର ଖୁଲାସା କରିଛି ନ୍ୟୁଜ୍ 7 ।
ଏସବୁ ସ୍ଥାନରେ କେବଳ କାଗଜକଲମରେ ଚାଲିଛି ମଣ୍ଡି । ନା’ ଏଠି ଚାଷୀ ମଣ୍ଡିକୁ ଆଣୁଥିବା ଧାନ ମପାଯାଉଛି ନା’ ତା’ର ମାନ ନିର୍ଦ୍ଧାରଣ ହେଉଛି । ମଣ୍ଡିରୁ ଟୋକନ୍ ନେଇ ସିଧା ମିଲ୍କୁ ଯାଉଛି ଚାଷୀଙ୍କ ଧାନ ଗାଡ଼ି । ସରକାରୀ ନୀତିନିୟମକୁ କେମିତି ଫୁ… କରି ଏସବୁ ମଣ୍ଡିରେ କେମିତି ଧାନ କିଣାରେ ଅନିୟମିତତା ହେଉଛି ତା’ର ଖୁଲାସା କରିଛି ନ୍ୟୁଜ୍ 7 । ଆଉ ଧାନମଣ୍ଡିରେ ଏଭଳି ଅନିୟମିତତାକୁ ନେଇ ନ୍ୟୁଜ୍ 7ରେ ଖବର ପ୍ରସାରଣ ଉପରେ ପ୍ରତିକ୍ରିୟା ରଖି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ମଣ୍ଡିରେ ଏଭଳି ଅନିୟମିତାତର ତଦନ୍ତ ହେବା ଦରକାର ।
କେବଳ କୋରାପୁଟ କି ସମ୍ବଲପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ଧାନ ମଣ୍ଡିରୁ ଏଭଳି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ ଆସିବାରେ ଲାଗିଛି । ଚଳିତ ଥର ସରକାର ମଣ୍ଡିରେ ଧାନର କଟନି ଛଟନି ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ସିନା ଦେଇଛନ୍ତି ହେଲେ FAQ ମାନର ଧାନକୁ ନେଇ ଅନେକ ଜାଗାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ ।