ପ୍ରଖର ସ୍ରୋତରେ ଧୋଇଗଲା କିଞ୍ଚିତ ଖୁସି; ଭାସିଗଲେ ପୂରା ପରିବାର, ୩ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 01, 2024 IST

ମୁମ୍ବାଇ: ପ୍ରଖର ସ୍ରୋତରେ ଧୋଇଗଲା କିଞ୍ଚିତ ଖୁସି । ମହାରାଷ୍ଟ୍ର ଲୋନାଭାଲା ଝରଣା ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ଛୁଟିରେ କାଟିବାକୁ ଆସିଥିବା ପୂରା ପରିବାର ଭୁସି ଡ୍ୟାମର ପଛୁଆ ପାଣିରେ ଭାସିଯାଇଛନ୍ତି  । ଦୁଇ ଶିଶୁ ସମେତ ମୋଟ୍ ୫ଜଣ ଭାସିଛନ୍ତି । ରେସକ୍ୟୁ ଟିମ୍ ବହୁ ପ୍ରୟାସ କରିଥିଲେ ମଧ୍ୟରେ ପରିବାରକୁ ବଞ୍ଚାଇ ପାରିନାହିଁ । ଡ୍ୟାମ୍ ପାଣିରେ ବୁଡ଼ି ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହଛି ।  

ପୁଣେ ଗ୍ରାମାଞ୍ଚଳ ଏସପି ପଙ୍କଜ ଦେଶମୁଖଙ୍କ କହିବା ଅନୁଯାୟୀ, ଜଣେ ମହିଳା ଏବଂ ତାଙ୍କର  ପିଲା   ଲୋନାଭାଲା ଥିବାରେ ଭୁସି ଡ୍ୟାମ୍ ନିକଟରୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଡ୍ୟାମର ପଛୁଆ ପାଣି ଆସିଥିଲା । ଅଚାନକ ପ୍ରଖର ସ୍ରୋତରେ ସମସ୍ତେ ଭାସିଯାଇଥିଲେ । ଫଳରେ ପୂରା ପରିବାର ପ୍ରାଣ ହରାଇଥିବା ସୂଚନା ରହିଛି । ଏସପି ପଙ୍କଜ ଦେଶମୁଖଙ୍କ ସୂଚନା ମୁତାବକ, ସେଠାରେ ଉପସ୍ଥିତ ଥିବା ଲୋକେ ଖବର ଦେବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅଘଟଣରେ ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.