ମହାକୁମ୍ଭରେ ଭଣ୍ଡାରା ଖାଇଲେ 'ହ୍ୟାରି ପୋଟର', ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୦୧/୦୨: ମହାକୁମ୍ଭକୁ ଚର୍ମଚକ୍ଷୁରେ ଦେଖିବାର ଅଭିଳାଷ କେବଳ ଭାରତୀୟଙ୍କର ନାହିଁ, ସାରା ବିଶ୍ୱର ଲୋକଙ୍କ ମନରେ ଏହି ଇଚ୍ଛା ରହିଛି । ସେଥିପାଇଁ ମହାକୁମ୍ଭର ମହାୟୋଜନକୁ ଦେଖିବାକୁ ସମଗ୍ର ବିଶ୍ୱରୁ ଲୋକେ ଧାଇଁ ଆସୁଛନ୍ତି । ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଜଣେ ବିଦେଶୀ ବ୍ୟକ୍ତି ଭଣ୍ଡାରାରୁ ମିଳୁଥିବା ଖାଦ୍ୟକୁ ଅତି ଆନନ୍ଦର ସହ ଖାଉଥିବା ନଜର ଆସିଛନ୍ତି । 

କିନ୍ନର ଆଖଡ଼ାର ବଡ ଆକ୍ସନ, ମହାମଣ୍ଡଳେଶ୍ୱର ପଦବୀରୁ ବିଦା ହେଲେ ମମତା କୁଲକର୍ଣ୍ଣି ଏବଂ ଲକ୍ଷ୍ମୀ ନାରାୟଣ

ଲୋକେ ତାଙ୍କୁ ‘ହ୍ୟାରି ପୋଟର୍‌’ ନାମରେ ସମ୍ବୋଧନ କରୁଛନ୍ତି । ସେ କହିଛନ୍ତି- ମୁଁ ଡାନିଏଲଙ୍କଠୁ ବହୁତ ଅଧିକ ସୁନ୍ଦର । ସୋସିଆଲ ମିଡିଆରେ ଭାଇରାଲ ଏହି ‘ହ୍ୟାରି ପୋଟର୍‌’ ଫେମ୍‌ ହେଉଛନ୍ତି ଇଟାଲିର ନିକୋଲୋ ବ୍ରୁଗ୍‌ନାରା । ମହାକୁମ୍ଭରେ ତାଙ୍କୁ ଯେଉଁ ଖ୍ୟାତି ମିଳୁଛି, ତା’ର ସେ ଭରପୂର ଆନନ୍ଦ ଉଠାଉଛନ୍ତି । ଅତ୍ୟନ୍ତ ଖୁସିରେ ମହାକୁମ୍ଭ, ୟୁରୋପ, ଭାରତ, ଯୋଗ ଓ ଯୋଗୀ ସରକାରଙ୍କ ବିଷୟରେ ସେ ଅନେକ କଥା କହିଛନ୍ତି ଏବଂ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । 

ଇଟାଲିର ନ୍ୟୁଜ୍‌ ଏଜେନ୍ସି ତରଫରୁ ଜଣେ କ୍ୟାମେରାମ୍ୟାନ୍‌ ଭାବେ ନିକୋଲୋ ଆସିଥିଲେ ମହାକୁମ୍ଭର ନ୍ୟୁଜ୍‌ କରିବାକୁ, ଫଟୋ ଉଠାଇବାକୁ³ କିନ୍ତୁ ଏଠାକୁ ଆସି ସେ ନିଜେ ଖବର ପାଲଟିଛନ୍ତି । ଲୋକେ ତାଙ୍କ ସହ ସେଲ୍‌ଫି ନେଉଛନ୍ତି । ରିଲ୍ସ କରୁଛନ୍ତି ଓ ତାଙ୍କ ସହ କଥା ହେବାକୁ ପାଗଳ ହେଉଛନ୍ତି । ବିଦେଶରେ ଏଭଳି ପ୍ରସିଦ୍ଧ ହୋଇଯିବେ ବୋଲି ନିକୋଲୋ କେବେ ଭାବି ନ ଥିଲେ । ମହାକୁମ୍ଭ ଖବର ସଂଗ୍ରହ କରିବାକୁ ଇଟାଲିରୁ ମହାକୁମ୍ଭକୁ ଆସିଥିବାରୁ ନିକୋଲୋ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ କହିଛନ୍ତି । 



ତାଙ୍କ ଅନୁସାରେ, ଏକ ସୀମିତ କ୍ଷେତ୍ରରେ କୋଟି କୋଟି ଲୋକଙ୍କ ମିଳନ, ସ୍ନାନ-ପୂଜନ ଓ ଧ୍ୟାନ ଏବଂ ଏତେ ସୁନ୍ଦର ଭାବେ ସମଗ୍ର ପ୍ରକ୍ରିୟାର ବ୍ୟବସ୍ଥା ହେବା କୌଣସି ଆଶ୍ଚର୍ଯ୍ୟଠୁ କମ୍‌ ନୁହେଁ । ସେ କହିଛନ୍ତି, ଭାରତ ସମସ୍ତଙ୍କୁ ପ୍ରେମର ସହ ନିଜର ଅଙ୍ଗ କରିନିଏ । ଏହା ଭାରତର ମହାନତା । 

ଏଠାରେ କୋଟି କୋଟି ଲୋକ ଯେଉଁଭଳି ଭାବେ ନିଜେ ନିଜେ ଆସି ଶାନ୍ତିପୂର୍ବକ ପୂଜା-ଆରାଧନା କରୁଛନ୍ତି, ତାହା ଅକଳ୍ପନୀୟ ଦୃଶ୍ୟ । ୟୁରୋପରେ ଏଭଳି ଦୃଶ୍ୟ ବିଷୟରେ ଚିନ୍ତା କରାଯାଇ ପାରିବ ନାହିଁ । କାରଣ ଲୋକସଂଖ୍ୟା ସହିତ ବ୍ୟବହାର ଦୃଷ୍ଟିରୁ ମଧ୍ୟ ୟୁରୋପୀୟ ଦେଶମାନଙ୍କ ପାଇଁ ଏତେ ବିଶାଳ ଜନସମୁଦ୍ରର ପ୍ରବନ୍ଧନ ଅସମ୍ଭବ । ଯୋଗୀ ସରକାରଙ୍କ ପ୍ରୟାସକୁ ନିକୋଲୋ ପ୍ରଶଂସା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.