ରାମମନ୍ଦିର, ଧାରା-୩୭୦, ତିନି ତଲାକ୍, ସିଏଏ, ୟୁସିସି ପରେ ଓ୍ବାକଫ୍ ଶେଷ...ଏବେ କେଉଁ ଦିଗରେ କାର୍ଯ୍ୟ କରିବ ବିଜେପି ?

Published By : Prameya-News7 Bureau | April 04, 2025 IST

ନୂଆଦିଲ୍ଲୀ: ନିର୍ବାଚନୀ ଇସ୍ତହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି ଭାରତୀୟ ଜନତା ପାର୍ଟି । କୋର୍ ଏଜେଣ୍ଡାରେ କାର୍ଯ୍ୟ କରୁଛି ଦଳ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଂଶୋଧନ ହେଉଛି ସମ୍ବିଧାନ । ରାମମନ୍ଦିର, ଧାରା-୩୭୦, ତିନି ତଲାକ୍, ନାଗରିକତା ସଂଶୋଧନ ଆଇନ, ସାମାନ ନାଗିରକ ସଂହିତା, ପରେ ଓ୍ବାକଫ୍ ବିଲ୍ ଭଳି ବଡ଼ ଲକ୍ଷ୍ୟ ହାସଲ । ପିଏମ୍ ମୋଦିଙ୍କ ଏହି ପଦକ୍ଷେପ ମୂଳ ବିଜେପି ସମର୍ଥକଙ୍କୁ ସନ୍ତୁଷ୍ଟ କରିବା ଦେଶର ରାଜନୀତିକୁ ଏକ ନୂଆ ଦର୍ଶନ ଆଡ଼କୁ ନେଇଯାଇଛି । ସମ୍ବିଧାନ ସଂଶୋଧନ କରିବାରେ ବିଜେପିର ଲକ୍ଷ୍ୟ ହାସଲ ହୋଇଛି କିମ୍ବା ସେହି ଦିଗରେ ବଡ଼ ପଦକ୍ଷେପ ଉଠାଇଛି । ଏବେ ମୁଖ୍ୟ ମୁଦ୍ଦା ସବୁ ଶେଷ ବେଳେ ସରକାରଙ୍କ ଆଗାମୀ ଏଜେଣ୍ଡା କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଗତ ଦୁଇଟି କାର୍ଯ୍ୟକାଳ ଓ ତୃତୀୟ ପାଳିର ପ୍ରଥମ ୧୦ ମାସରେ ବହୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉଠାଇଛି । ପ୍ରଥମେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ରାମମନ୍ଦିର ନିର୍ମାଣ, ତିନି ତଲାକ୍ ହଟିବା, ସିଏଏ, ୟୁସିସି ପରେ ଓ୍ବାକଫ୍ ବିଲ୍ ସଂଶୋଧନ ଆଦି ଦେଶର ସାଂସ୍କୃତିକ ଏକତା ଓ ଜାତୀୟତା ଚିନ୍ତା ଧାରାକୁ ପରିପ୍ରକାଶ କରୁଛି । ତେବେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଏଜେଣ୍ଡା ଶେଷ ହୋଇଥିବା ବେଳେ ଏବେ ମଥୁରା-କାଶୀ ବିବାଦ, ଜନସଂଖ୍ୟା ନିୟନ୍ତ୍ରଣ, ଜନସଂଖ୍ୟା ରେଜିଷ୍ଟର ବା ଏନଆରସି ଭଳି ମୁଦ୍ଧା ଉପରେ କାର୍ଯ୍ୟ କରିବ ବୋଲି କୁହାଯାଉଛି । ବିଜେପିର ପରିଭାଷାରେ ଭାରତର ସାଂସ୍କୃତିକ ଏକତା ରହିଛି ।  ଯେଉଁଠି ସମାନ ଆଇନ ଓ ସମାନ ପରିଚୟ ବରାବର ହେବା ଦରକାର ।

ରାମ ମନ୍ଦିର: ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ମିଶନ ପୂର୍ଣ୍ଣ କରି ବିଜେପି ହିନ୍ଦୁ ଗୌରବ ଓ ସାଂସ୍କୃତିକ ପୁନର୍ଜାଗରଣର ପକ୍ଷକୁ ସ୍ଥାପିତ କରିଛି । ଏହା ଏଭଳି ଏକ ମୁଦ୍ଦା ଯାହା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ସାଂପ୍ରଦାୟିକ ଉତ୍ତେଜନାକୁ ବାଦ୍ ଦେଇ ସଫଳ ହୋଇଛି । 

ଅନୁଚ୍ଛେଦ ୩୭୦: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା, କାଶ୍ମୀରକୁ ଭାରତ ସହିତ ପୁର୍ଣ୍ଣ ଏକକୀକରଣର ପ୍ରତୀକ ଥିଲା । ଯାହା ବିଜେପିର ‘ଏକ ରାଷ୍ଟ୍ର, ଏକ ସମ୍ବିଧାନ’ ବିଚାରକୁ ମଜବୁତ କରୁଛି । ୨୦୧୯ ମସିହା ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦କୁ ଜମ୍ମୁ-କାଶ୍ମୀରରୁ ହଟାଇ ଦିଆଯାଇଛି । ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଜମ୍ମୁ-କାଶ୍ମୀର ଓ ଲଦାଖ ଗଠିତ ହୋଇଛି ।  

ତିନି ତଲାକ ଓ ଓ୍ବାକଫ୍: ଦେଶରେ ରହୁଥିବା ମୁସଲିମ୍ ମାଆ-ଉଉଣୀ ନ୍ୟାୟ ଦେବା ଏବଂ ଧର୍ମ ନିରପେକ୍ଷତାକୁ ଏକ ନୂଆ ପରିସୀମା ଭିତରକୁ ନେବାକୁ ଇସାରା ଦେଉଛି । ଯେଉଁଠି ଜାତୀୟ ଆଇନ ସଂସ୍ଥାଗତ ଆଇନ ଠାରୁ ଅଧିକ ପ୍ରଭାବୀ ହୋଇଛି । ବିଜେପି ସରକାର ତିନି ତଲାକ ଓ ଓ୍ବାକଫ୍ ଆଇନ ସଂଶୋଧନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁସଲିମ୍ ସମାଜ ସହିତ ମହିଳା ଓ ଗରିବଙ୍କୁ ଅଧିକାର ଦେବ । 

ସିଏଏ: ନାଗରିକତା ସଂଶୋଧନ ଆଇନ ଜରିଆରେ ଭାରତୀୟ ଜନତା ପାର୍ଟି ପଡୋଶୀ ଦେଶରୁ ପ୍ରତାଡିତ ହୋଇଥିବା ଅଣ ମୁସଲିମ୍ ସଂଖ୍ୟା ଲଘୁଙ୍କୁ ସହଯୋଗ କରି ଏବଂ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ । 

ମଥୁରା-କାଶୀ ବିବାଦ:

ଦେଶର ବଡ଼ ମୁଦ୍ଦା ଶେଷ ହୋଇଥିବା ବେଳେ ଏବେ ମଥୁରା-କାଶୀ ବିବାଦ ଉପରେ କାର୍ଯ୍ୟ କରିବାକୁ ଆଗଭର ହେବ ଭାରତୀୟ ଜନତା ପାର୍ଟି । ହେଲେ ଦଳ ଏହାକୁ ଅଦାଲତ ଜରିଆରେ ସମାଧାନ କରିବାକୁ ଚାହୁଁଛି । ବାରଣାସୀ ଏବଂ ମଥୁରାରେ ଥିବା ମନ୍ଦିରକୁ ପୁନଃ ପ୍ରାପ୍ତ କରିବା ବିଜେପିର ଏଜେଣ୍ଡାରେ ଅଛି କି ନାହିଁ ଏନେଇ ପ୍ରଶ୍ନ କରିବାରୁ ବିଜେପି ଅଧିକ୍ଷ ଜେ.ପି ନଡ୍ଡା ୨୦୨୨ରେ କହିଥିଲେ, ବିବାଦୀୟ ଧାର୍ମିକସ୍ଥଳ ଗୁଡ଼ିକର ନିଷ୍ପତ୍ତି ନ୍ୟାୟଳୟ ଓ ସମ୍ବିଧାନ ଦ୍ବାରା ସମାଧାନ କରାଯିବ ବୋଲି କହିଥିଲେ ।

ଜାତୀୟ ନାଗରିକ ରେଜିଷ୍ଟାର: 

ନ୍ୟାଶନାଲ ରେଜିଷ୍ଟାର ଅଫ୍ ସିଟିଜେନ୍ସ ଭାରତରେ ଏକ ସରକାରୀ ରେଜିଷ୍ଟାର ଅଟେ. ଯେଉଁଥିରେ ଦେଶରେ ବୈଧ ନାଗରିକଙ୍କୁ ନାଁ ଓ ପରିଚୟ ରେକର୍ଡ ହୋଇ ରହିଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶରୁ ବାହାର କରିବା । ଦେଶରେ ଆସାମ ଏକମାତ୍ର ରାଜ୍ୟ, ଯିଏ ଏନଆରସିକୁ ଅପଡେଟ୍ କରିଛି । ଏହି ପ୍ରକ୍ରିୟା ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆରମ୍ଭ ହୋଇଥିଲା ଏବଂ  ୨୦୧୯ ଅଗଷ୍ଟ ୩୧ ତାରିଖରେ ଅନ୍ତିମ ଏନଆରସି ସୂଚୀ ପ୍ରକାଶିତ ହୋଇଥିଲା ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.