CAPF ଯବାନଙ୍କୁ ଲଗାଇଲେ ଚୂନ, ରାଜଧାନୀରେ ଘର ଦେବାକୁ କହି ଠକିନେଲେ ୧୯ଲକ୍ଷ ଟଙ୍କା, ଶେଷରେ ବନ୍ଧାହେଲେ

Published By : Prameya-News7 Bureau | March 23, 2025 IST

ଭୁବନେଶ୍ବର : ଭୁବନେଶ୍ବରରେ ଘରଟିଏ ପାଇଁ ଦେଖିଥିଲେ ସ୍ବପ୍ନ । ଘର ପାଇଁ ଦେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ହେଲେ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା । ନାଁ ମିଳିଲା ଘର ନାଁ ଫେରିପାଇଲେ ଟଙ୍କା । ବିଶ୍ବାସରେ ବିଷ ଦେଲେ ଜମି ଦଲାଲ । ଜଣେ ବିଲଡର ବୋଲି ସେ ନିଜକୁ କହୁଥିଲେ । ଅଭିଯୋଗ ପରେ ସଂପୃକ୍ତ ଜମି ଦଲାଲଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଘରଟିଏ ପାଇବା ଲୋଭରେ ଠକାମୀର ଶିକାର ହୋଇଛନ୍ତି ସିଏପିଏଫ୍ (କେନ୍ଦ୍ରୀୟ ସଶକ୍ତ ପୋଲିସ ବଳ) ଯବାନ ଉମାକାନ୍ତ ପାଣିଗ୍ରାହୀ । ସେ ଛତିଶଗଡ଼ରେ ଚାକିରି କରନ୍ତି । ସେ ଭୁବନେଶ୍ବରରେ ଏକ ଘର ପାଇଁ ନରୋତ୍ତମ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ । ପର୍ଯ୍ୟାୟକ୍ରମ ତାଙ୍କ ସହ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଇଥିଲେ । ତେବେ ସେ ପ୍ରାୟ ୧୯ ଲକ୍ଷ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ଜମି ମାଫିଆ ନରୋତ୍ତମ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ । 

ନିଜକୁ ଜଣେ ବିଲଡର କହି ସେ ଟଙ୍କା ନେଇ ଚାଲିଥିଲେ । କିନ୍ତୁ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ନରୋତ୍ତମ । ଶେଷରେ କିଛି ଉପାୟ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ ଉମାକାନ୍ତ । ଅଭିଯୋଗ ପାଇବା ପରେ ନରୋତ୍ତମଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ତାଙ୍କୁ ଗିରଫ କରିବା ସହ ଏକ ଦାମୀ କାର୍ ଜବତ କରିଛି ପୋଲିସ ।


You Can Read:

ନବ ଦାସ ହତ୍ୟାକାଣ୍ଡ ମାମଲା : ୫ ଦିନର ମାରାଥନ୍ ଜେରା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.