ଘର ଛାତରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ : ହତ୍ୟା ସନ୍ଦେହ

Published By : Prameya-News7 Bureau | May 28, 2024 IST

ବରଗଡ ୨୮।୫: ବରଗଡ଼ ଜିଲ୍ଲା ଭେଡେନ ଥାନା ସହରାଟିକ୍ରାରେ ଜଣେ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ସହରାଟିକ୍ରା ଗାଁର ମଗନିଆ ସେଠ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ଶୋଇଥିବା ଅବସ୍ଥାରେ ମଗନିଆ ସେଠଙ୍କ ମୃତଦେହ ଛାତ ଉପରୁ ଉଦ୍ଧାର କରାଯାଇଛି । ମଗନିଆ ଘର ଛାତ ଉପରେ ଶୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତାଙ୍କ ବେକରେ କଳା ଦାଗ ସହ ଆଣ୍ଠୁରେ ଆଘାତ ଚିହ୍ନ ରହିଛି । ଏନେଇ ଭେଡେନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ମଗନିଆ ସହରାଟିକ୍ରାରେ ସିମେଣ୍ଟ ଦୋକାନ ଦେଇଥିଲେ । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ କାହିଁକି ଓ କିଏ ଏ ହତ୍ୟାକାଣ୍ଡ ଘଟାଇଛି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛି ଭେଡେନ ପୋଲିସ ।

You Can Read :

ଫୋଲ୍ଡେଡ୍ ନମ୍ବର୍ ପ୍ଲେଟ୍ ଲଗାଇ ବୁଲୁଥିଲା ରେସିଂ ବାଇକ୍, ମାଡି ବସିଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.