ବରଗଡ଼ ୧୩।୧୨: ବରଗଡ଼ ପାଲଟିଲାଣି ଜୁଆଡ଼ିଙ୍କ ଅଡ୍ଡା l ବେଧଡ଼କ ଭାବେ ହୋଟେଲରେ ଚାଲିଛି ଜୁଆ ଖେଳ l ବରଗଡ଼ର ହୋଟେଲ ମଙ୍ଗଳମ ପ୍ୟାଲେସରେ ଛତିଶଗଡ ସାରଙ୍ଗଗଡ ଅଞ୍ଚଳର ୨୫ଜଣ ଜୁଆଡ଼ି ଜୁଆ ଖେଳୁଥିବା ବେଳେ ମାଡିବସିଥିଲା ପୋଲିସ l ହୋଟେଲ ମ୍ୟାନେଜର ସମତେ ୨୬ଜଣ ଗିରଫ ହୋଇଥିବା ବେଳେ ୫ଟି ଚାରି ଚକିଆ ଗାଡି, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୨୪ଟି ମୋବାଇଲ ସହ ୬ ପ୍ୟାକେଟ୍ ତାସ୍ ଜବତ କରିଛି ପୋଲିସ । ଗୋଟିଏ ଜବତ କାରରେ କଂଗ୍ରେସର ଚିହ୍ନ ଥିବାବେଳେ ଅଧ୍ୟକ୍ଷ ଲେଖା ହୋଇଛି l ଏହାକୁ ନେଇ ତଦନ୍ତ କରୁଛି ପୋଲିସ l ବର୍ଥଡେ’ ପାର୍ଟି ପାଇଁ ୨ଟି ରୁମ୍ ବୁକ୍ କରାଯାଇଥିଲା ଆଉ ଭିତରେ ଚାଲିଥିଲା ଜୁଆ ଖେଳ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରଗଡ଼ SDPO l ତେବେ ବରଗଡ଼ ସହରରେ ଏଭଳି ବେଧଡକ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର କାର୍ଯ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l
You Can Read:
ଆଗାମୀ ୫ ବର୍ଷରେ ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ ସେଠି ହେବ : ମୁଖ୍ୟମନ୍ତ୍ରୀ