ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ଗୋପାଳ ସାହୁଙ୍କ ଦେହାନ୍ତ, ୨୫ବର୍ଷ ଧରି କଂସ ଭୂମିକାରେ କରିଥିଲେ ଅଭିନୟ

Published By : Prameya-News7 Bureau | August 13, 2024 IST

ବରଗଡ ୧୩: ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ । ୭୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ।

ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ ଥର କଂସ ମହାରାଜ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ ଓରଫ ଏଲି । ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ମୂଳ ବାସିନ୍ଦା ଗୋପାଳ ସାହୁ । ଝାରସୁଗୁଡ଼ାରେ ରହୁଥିବା ସାନ ପୁଅଙ୍କ ଘରେ ସେ ରହୁଥିଲେ । ଅସୁସ୍ଥତା ଅନୁଭବ କରିବାରୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସ୍ବର୍ଗତ ଗୋପାଳ ସାହୁ ପୋଲିସ ବିଭାଗରେ ରହି ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ । ଅବସର ଗ୍ରହଣ ପରେ ସେ ପୁଅ ମାନଙ୍କ ସହ ରହୁଥିଲେ ।

You Can Read:

ଟ୍ରକ୍‌ରୁ ଚୋରି ହୋଇଥିବା ବିଦ୍ୟୁତ ତାର ଜବତ, ୬ ଡକାୟତ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.