ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର, ୫ବର୍ଷ ଧରି ଜେଲ୍‌ରେ ଥିଲେ

Published By : Prameya-News7 Bureau | July 31, 2024 IST

ବରଗଡ ୩୧: ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର I ପୋକ୍ସୋ ମାମଲାରେ ସଜ୍ଜା କାଟୁଥିଲେ କଏଦୀ l କଏଦୀର ନାଁ ବାବାଜୀ ଛୁରିଆ ହୋଇଥିବା ସୂଚନା ମିଳିଛି l ୫ ବର୍ଷ ଧରି ବରଗଡ଼ ଜେଲ୍‌ରେ ସଜ୍ଜା କାଟୁଥିଲା ବାବାଜୀ I 

ଅଭିଯୁକ୍ତ ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁର ବାବାଜୀ ଛୁରିଆ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସଜ୍ଜା କାଟୁଥିବା ଜଣାପଡ଼ିଛି । ପୋକ୍ସୋ କୋର୍ଟରେ ହାଜର କରି ପୋଲିସ ଜେଲ୍ ନେବା ପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାର ମାରିଥିବା ସୂଚନା ମିଳିଛି । କଏଦୀକୁ ଧରିବା ପାଇଁ ବରଗଡ଼ ସହରରେ ଛାନଭିନ କରୁଛି ପୋଲିସ ।

You Can Read:

ରାଜ୍ୟରେ ୫୮ ନୂଆ ଶୀତଳ ଭଣ୍ଡାର କରିବେ ମୋହନ ସରକାର : କୃଷିମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.