ବାପାଙ୍କୁ ଘାରିଛି ଝିଅର ସୁରକ୍ଷା ଚିନ୍ତା,ମୁଣ୍ଡରେ ଲଗାଇଲେ ସିସିଟିଭି

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ ୧୦/୯: ଦିନକୁ ଦିନ ସମାଜରେ ବଢିଚାଲିଛି ଅପରାଧ । ବିଶେଷ କରି ନାରୀମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଏବେ ଘରେ ଘରେ ଝିଅମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ବାପା-ମାଆ । ଏଭଳି ପରିସ୍ଥିତିରେ ପାକିସ୍ତାନ କରାଚିରୁ ଏକ ଭିଡିଓ ଆସିଛି । ଯାହା ଆପଣଙ୍କୁ ଭାବିବା ପାଇଁ ବାଧ୍ୟ କରିବ ନିଶ୍ଚୟ । ଝିଅର ସୁରକ୍ଷା ପାଇଁ ଚିନ୍ତିତ ବାପା ଝିଅ ମୁଣ୍ଡରେ ଖଞ୍ଜିଦେଲେ ସିସି କ୍ୟାମେରା।

ଭିଡିଓ ଭାଇରାଲ ହେବା ପରେ ଝିଅଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ବାପା ମୋ ସୁରକ୍ଷା ପାଇଁ ଚିନ୍ତିତ । ଏଥିପାଇଁ ଏଭଳି ଏକ ବିକଳ୍ପ ବାହାର କରି ମୋ ମୁଣ୍ଡରେ ସିସିଟିଭି ଲଗାଇ ଦେଇଛନ୍ତି । ସିସିଟିଭି ଦ୍ବାରା ମୁଁ କୁଆଡେ ଗଲି, ମୋର କ’ଣ ଅସୁବିଧା ହେଲା ବାପା ଯେଉଁ ସ୍ଥାନରେ ଥିଲେ ବି ସୂଚନା ପାଇ ପାରୁଛନ୍ତି। ଆଉ ମୁଁ ନିଜକୁ ସୁରକ୍ଷିତ ଅନୁଭବ କରିପାରୁଛି ।ବାପାଙ୍କ ଏଭଳି ପଦକ୍ଷେପ ପାଇଁ ମୁଁ ଶାନ୍ତିରେ ଯେ କୌଣସି ସ୍ଥାନକୁ ଯାଇପାରୁଛି ।

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.