ଉତ୍ତର ସୀମାରେ ଚୀନା ଦେଉଛି ଆହ୍ୱାନ, ସବୁ ଚାଲେଞ୍ଜର ମୁକାବିଲା ପାଇଁ ସେନା ସକ୍ଷମ: ସିଡିଏସ ଅନିଲ ଚୌହାନ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ: ମଣିପୁରରେ ଆହ୍ୱାନ ଏବେ ବି ଶେଷ ହୋଇ ନାହିଁ, କିଛି ଦିନ ଭିତରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ମଙ୍ଗଳବାର କହିଛନ୍ତି । ସେ କହିଛନ୍ତି ଯେ ପୂର୍ବୋତ୍ତର ରାଜ୍ୟରେ ସ୍ଥିତି ଉଗ୍ରବାଦ ସହ ଜଡିତ ନାହିଁ । ଅଧିକାରୀଙ୍କ ଅନୁସାରେ, ମଣିପୁରରେ ମଇ ତିନିରୁ ଆରମ୍ଭ ହୋଇଥିବା ଦଙ୍ଗାରେ ମୃତକଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି ।

ସିଡିଏସ ଚୌହାନ ମଙ୍ଗଳବାର ଏନଡିଏର ୧୪୪ତମ କୋର୍ସର ପାସିଂ ଆଉଟ୍ ପରେଡର ନିରୀକ୍ଷଣ ପାଇଁ ପୁଣେରେ ଥିଲେ । ଏହି ସମୟରେ ମଣିପୁର ସ୍ଥିତି ଉପରେ ପ୍ରଶ୍ନର ଜବାବରେ ସିଡିଏସ ସାମ୍ୱାଦିକଙ୍କୁ କହିଛନ୍ତି ଯେ ସେନା ଏବଂ ଆସାମ ରାଇଫଲ୍ସକୁ ୨୦୨୦ ପୂର୍ବରୁ ମଣିପୁରରେ ମୁତୟନ କରାଯାଇଥିଲା । ମଣିପୁରରେ ସ୍ଥିତି ଉଗ୍ରବାଦ ସହ ସମ୍ପର୍କିତ ନାହିଁ । ଏହା ଦୁଇ ଜାତି ମଧ୍ୟରେ ସଂଘର୍ଷ ଏବଂ ଆଇନ ବ୍ୟବସ୍ଥାର ସ୍ଥିତି ଅଟେ । ଆମେ ଏହି ସମସ୍ୟାରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛୁ । ସଶସ୍ତ୍ର ବଳ ଏବଂ ଆସାମ ରାଇଫଲ୍ସ ସେଠାରେ ଉଲ୍ଲେଖନୀୟ କାମ କରୁଛନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । ତେବେ ମଣିପୁରରେ ଆହ୍ୱାନ ଶେଷ ହୋଇ ନାହିଁ ଏବଂ ଏଥିରେ କିଛି ସମୟ ଲାଗିବ ।

{"id":795201,"sizeSlug":"full","linkDestination":"none"}

କ୍ୟାଡେଟଙ୍କୁ ନିଜ ସମ୍ୱୋଧନରେ ସିଡିଏସ ଉତ୍ତର ସୀମାରେ ଚୀନର ପିଏଲଏ (ପିପୁଲ୍ସ ଲିବରେଶନ ଆର୍ମୀ) ମୁତୟନ ବାବଦରେ କହିଥିଲେ । ସେ କହିଛନ୍ତି ଯେ ୟୁରୋପରେ ଯୁଦ୍ଧ, ଉତ୍ତର ସୀମାରେ ଚୀନ ପିଏଲଏର ମୁତୟନ ଏବଂ ପଡୋଶୀ ଦେଶରେ ଭୂ-ରାଜନୈତିକ ସଂକଟ ରହିଛି । ଏହି ସଂକଟ ଭାରତ ପାଇଁ ଆହ୍ୱାନ ସୃଷ୍ଟି କରିପାରେ, କିନ୍ତୁ ସଶସ୍ତ୍ର ବଳ ଭାରତୀୟ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ।

ସିଡିଏସ କହିଛନ୍ତି, 'ଉତ୍ତର ସୀମାରେ ଚୀନ ସେନାର ମୁତୟନ ବଢିଛି । ସ୍ଥିତି ନ ବିଗିଡିବା ପାଇଁ ଭାରତୀୟ ସେନା ଦ୍ୱାରା ସବୁସମ୍ଭବ ଉଦ୍ୟମ କରାଯାଉଛି । ଆମକୁ ଆମ ଅଞ୍ଚଳର ବୈଧତାର ରକ୍ଷା କରିବାର ଅଛି' ।

ALSO READ

wp:embed {"url":"https://www.prameyanews7.com/brahmos-missile-misfire-pakistan-causes-lose-of-24-crore-centre-in-delhi-high-court-dismissal-of-iaf-officer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/brahmos-missile-misfire-pakistan-causes-lose-of-24-crore-centre-in-delhi-high-court-dismissal-of-iaf-officer/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.