ପାକିସ୍ତାନର ଲାହୋରକୁ ପଛରେ ପକାଇ ଦିଲ୍ଲୀ ହେଲା ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର

Published By : Prameya-News7 Bureau | November 13, 2024 IST

internet

ନୂଆଦିଲ୍ଲୀ: ଭଲ କ୍ଷେତ୍ରରେ ନାଁ କରୁ କି ନ କରୁ ଖରାପ କ୍ଷେତ୍ରରେ କିନ୍ତୁ ନିଶ୍ଚିତ ନାଁ କରୁଛି ଭାରତର ରାଜଧାନୀ ଦିଲ୍ଲୀ। ଆପଣ ଜାଣି ଦୁଃଖ ପ୍ରକାଶ କରିବେ ଯେ ନୂଆଦିଲ୍ଲୀ ହେଉଛି ବିଶ୍ୱର ସବୁଠାରୁ ପ୍ରଦୂଷଣ ସହର। ଏହା ପୂର୍ବରୁ ପାକିସ୍ତାନ ପୂର୍ବତନ ରାଜଧାନୀ ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷଣ ସହର ଥିଲା। ହେଲେ ସ୍ୱିସ୍‌ ଗ୍ରୁପ ଆଇକ୍ୟୁଏଆଇର(IQAir) ରାଙ୍କିଙ୍ଗରେ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷଣ ସହରର ବୋଲି ଦର୍ଶାଯାଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ, ଦିଲ୍ଲୀର ବାୟୁମାନ ସୂଚକାଂକ ୪୧୮ ସହ ବିଶ୍ୱର ଏକ ନମ୍ବର ପ୍ରଦୂଷଣ ସହର ବୋଲି ଦର୍ଶାଯାଇଛି। 

ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଦିଲ୍ଲୀର ପ୍ରଦୂଷଣ ସ୍ତର ସିଭିୟର କ୍ୟାଟେଗୋରୀ ଛୁଇଁଛି। ତାପମାତ୍ରା କମିବା ସହିତ ପବନ ଗତି କମିବାରୁ ଦୃଶ୍ୟମାନ କ୍ଷମତା(ଭିଜିବିଲିଟି) କମିଛି। ଯାହା ବିମାନ ଚଳାଚଳଳକୁ ପ୍ରଭାବିତ କରିଛି। ବୁଧବାର ୮ଟି ବିମାନକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବଦଳି କରାଯାଇଛି ବୋଲି ଏଏନ୍‌ ଆଇରେ ଖବର ପ୍ରକାଶ ପାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୦-୫୦ର ବାୟୁ ମାନ ସୂଚକାଂକକୁ ଗୁଡ୍(ଭଲ୍) କ୍ୟାଟେଗୋରୀ ଏବଂ ୪୦୧ ରୁ ସିଭିୟର କ୍ୟାଟେଗୋରୀରେ ରଖିଛି। ଏୟାର କ୍ୱାଲିଟି ସିଭିୟର କ୍ୟାଟେଗୋରୀକୁ ଖସିଲେ ବିଭିନ୍ନ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ସ୍ୱାଶକ୍ରିୟା ଜନିତ ରୋଗ ଅଧିକ ହେଉଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.