ମନୋଜ ବର୍ମା ନୂଆ କୋଲକାତା ସିପି, ବିବାଦୀୟ ବିନୀତ ଗୋଏଲଙ୍କୁ ହଟାଇଲେ ମମତା

Published By : Prameya-News7 Bureau | September 17, 2024 IST

ନ୍ୟୁଜ ସେଭେନ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ନିଷ୍ପତ୍ତି। ଆଇପିଏସ ଓ ଆଇଏଏସ ସ୍ତରରେ ବଡ଼ ପରିବର୍ତ୍ତନ। କୋଲକାତା ପୋଲିସ କମିଶନର ବିନୀତ କୁମାର ଗୋୟଲଙ୍କ ସ୍ଥାନରେ କୋଲକାତା ପୋଲିସର ନୂତନ କମିଶନର ହେବେ ମନୋଜ କୁମାର ଭର୍ମା। ବିନୀତ କୁମାର ଗୋୟଲଙ୍କୁ ପଶ୍ଚିମବଙ୍ଗର ଏଡିଜି ଏବଂ ଆଇଜିପି, ଏସଟିଏଫ ଭାବରେ ବଦଳି କରାଯାଇଛି। 

ସେହିପରି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ତଥା ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ନୂତନ ନିର୍ଦ୍ଦେଶକ ଭାବରେ ଡକ୍ଟର କୌସ୍ତବ ନାୟକ ନିଯୁକ୍ତ ହୋଇଛନ୍ତି। 

ଆରଜି କର ହସ୍ପିଟାଲ ମାମଲାରେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ରାଜ୍ୟ ସରକାର ଏବଂ ଆନ୍ଦୋଳନକାରୀ ଜୁନିଅର ଡାକ୍ତରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧୧ ଜଣ ଅଧିକାରୀଙ୍କୁ  ଅନ୍ୟତ୍ର ବଦଳି କରାଯାଇଛି। ଏଥିରେ ୭ଜଣ ଆଇପିଏସ୍ ଅଛନ୍ତି। କୋଲକାତା ପୋଲିସ କମିଶନର ବିନୀତ ଗୋଏଲଙ୍କୁ ହଟାଇବା ଆମର ନୈତିକ ବିଜୟ ବୋଲି କହିଛନ୍ତି ଆନ୍ଦୋଳନକାରୀ ଜୁନିଅର ଡାକ୍ତର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.