କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | August 16, 2024 IST

କଳାହାଣ୍ଡି ୧୬କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ । 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ସିପିଆଇ ମାଓବାଦୀ ଥିବା ନେଇ କଳାହାଣ୍ଡି ଏସପି ଖବର ପାଇଥିଲେ । ଏସଓଜି ଓ ଡିଭିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ସିପିଆଇ ମାଓବାଦୀର ପ୍ରାୟ ୨୦ ଜଣ ସଦସ୍ୟ କ୍ୟାମ୍ପ ସ୍ଥାପନ କରି ରହିବା ଦେଖିବାକୁ ମିଳିଥିଲା । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିବା ପରେ ମାଓବାଦୀ ମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଉଭୟଙ୍କ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ପରେ ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ମାଓ ପୋଷ୍ଟର, ମାଓ ପୁସ୍ତକ ସମେତ ପ୍ରାଣ ହରାଇଥିବା ମାଓବାଦୀଙ୍କ ଫଟୋ, ୧୦ଟି ଡେଟୋନେଟର, ୨ଟି ଆଇଇଡି ସମେତ ବିପୁଳ ପରିମାଣର ଔଷଧ, ମାଓ ପୋଷାକ ସମେତ ମାଓ କାର୍ଯ୍ୟକଳାପରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି ।

You Can Read:

ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ, ପରବର୍ତ୍ତୀ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.