ହଷ୍ଟେଲ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | December 19, 2024 IST

କଳାହାଣ୍ଡି ୧୯।୧୨ : ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଳା ମାଁ ମାଣିକେଶ୍ୱରି ବିଶ୍ଵ ବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସରୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ବାଣିଜ୍ୟ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ତୋଫାଲି ନାଏକ। 

ଖବର ଅନୁଯାୟୀ, ମୃତ ଛାତ୍ରୀଙ୍କ ଘର କଳାହାଣ୍ଡି ଥୁଆମୂଲ ରାମପୁର ବ୍ଳକ ବିରୋକୋଟ ଗାଁରେ। ସେ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ରହୁଥିଲେ । ବାଣିଜ୍ୟ ଯୁକ୍ତ ଦୁଇର ପ୍ରଥମ ବର୍ଷରେ ପାଠ ପଢୁଥିଲେ ଛାତ୍ରୀ । ହେଲେ ହଠାତ୍‌ ଗୁରୁବାର ଦିନ କୌଣସି କାରଣକୁ ନେଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ବର୍ତ୍ତମାନ ଯାଏଁ  ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.