ମାଲକାନଗିରି ୬।୧୨: ସିଆର୍ପିଏଫ୍ କ୍ୟାମ୍ପ୍ରେ ମାଓବାଦୀଙ୍କ ଆକ୍ରମଣ । ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ପାମେଡ ଥାନା ଅର୍ନ୍ତଗତ ଜେଡିପାଲ୍ଲି ଠାରେ ନୂତନ ଭାବେ ସ୍ଥାପନ ହୋଇଥିବା ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ମାଓବାଦୀ ଆକ୍ରମଣ କରିଛନ୍ତି ।
ଗୁରୁବାର ରାତିରେ ଶତାଧିକ ମାଓବାଦୀ ଜେଡିପାଲ୍ଲି ସିଆର୍ପିଏଫ୍ କ୍ୟାମ୍ପ ନିକଟରେ ପହଞ୍ଚି ରକେଟ୍ ବୋମା, ବିୟର ବୋତଲ ବୋମା ଫିଙ୍ଗିବା ସହିତ ଆଖିବୁଜା ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଯବାନଙ୍କ ଗୁଳିବର୍ଷାର ସାମ୍ନା କରି ନପାରି ଘଟଣାସ୍ଥଳ ଛାଡି ମାଓବାଦୀ ମାନେ ପଳାୟନ କରିଛନ୍ତି ।
ପୂର୍ବରୁ ମଧ୍ୟ ଏହି କ୍ୟାମ୍ପ୍ରେ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ତେବେ ମାଓବାଦୀଙ୍କ ଗୁଳି ମାଡ଼ରେ କିଛି ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇ ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।
You Can Read:
ଯାତ୍ରା ପାର୍ଟିରେ ପରିବେଷଣ ହେଉଥିବା ଅଶ୍ଲୀଳ ନୃତ୍ୟ ବନ୍ଦ ହେବ, ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା