ଫେଷ୍ଟିବ୍ ସିଜନରେ ଇ-କମର୍ଶ ପ୍ଲାଟଫର୍ମ୍ରେ ମିଳୁଛି ୮୦-୯୦ ପ୍ରତିଶତ ଡିସ୍କାଉଣ୍ଟ, ମୋବାଇଲ, ଟିଭି, ଫ୍ରିଜ ସାଙ୍ଗକୁ କେତେ କଣ, କିନ୍ତୁ ସତରେ କ’ଣ ଏତେ ରିହାତି ମିଳୁଛି ? ଏହା ଆପଣଙ୍କ ପାଇଁ ଲାଭ ହେବ ନା କ୍ଷତି ଜାଣନ୍ତୁ ପୂରା ଗଣିତ
ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ପାର୍ବଣ ସମୟ ଚାଲୁଥିବାରୁ ଏବେଠାରୁ ଇ-କମର୍ଶ ପ୍ଲାଟ୍ଫର୍ମଗୁଡ଼ିକ ପୂଜା ସେଲ୍ ଆରମ୍ଭ କରି ଦେଲେଣି। ଏଥର ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ବିକ୍ରି ଅକ୍ଟୋବର ୮ ରୁ ଆରମ୍ଭ ହେଉଛି। ଏହା ୧୫ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚାଲିବ। ସେହିପରି ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍ ମଧ୍ୟ ୮ ଅକ୍ଟୋବରରୁ ଆରମ୍ଭ ହେଉଛି। ଏଥିରେ ୯୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି ବୋଲି ଦାବି କରାଯାଉଛି।
ଏହି କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ଅଫର ଦେଉଛନ୍ତି। ଦାମି ଦାମି ସାମଗ୍ରୀ ଉପରେ ୪୦-୫୦ ପ୍ରତିଶତ, କେଉଁଠି ୭୦-୮୦ ପ୍ରତିଶତ ରିହାତି ଦିଆଯାଉଛି। ଫ୍ଲିପ୍କାର୍ଟ, ଆମାଜାନ, ମିନ୍ତ୍ରା ଓ ଆଜିଓ ଭଳି ବଡ଼ ବଡ଼ ଇ-କମର୍ଶ ପ୍ଲାଟ୍ଫର୍ମରେ ଭାରି ଡିସ୍କାଉଣ୍ଟ ଦେଖିବାକୁ ମିଳିଛି।
{"width":839,"height":420}ମୋବାଇଲ୍, ଟିଭି, ଫ୍ରିଜ୍ ଭଳି ଇଲେକ୍ଟ୍ରିକ୍ ସାମଗ୍ରୀ ହେଉ କିମ୍ବା କପଡ଼ା ଉପରେ ଭାରି ଡିସ୍କାଉଣ୍ଟ ମିଳୁଛି। ମନପସନ୍ଦର ଜିନିଷ ଉପରେ ଡିସ୍କାଉଣ୍ଟ ଲାଗିବାକୁ ଯାଉଥିବାରୁ ଗ୍ରାହକ ବି କିଣାକିଣି କରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି। କିନ୍ତୁ ଡିସ୍କାଉଣ୍ଟ ଲୋଭରେ କିଣାକିଣି କରିବା ପୂର୍ବରୁ ଏହା ଆପଣଙ୍କ ପାଇଁ ଏହା କେତେ ଲାଭକାରୀ ହେବ ସେ ବିଷୟରେ ଥରେ ଭାବିଛନ୍ତି କି ?
ଡିସ୍କାଉଣ୍ଟରେ କିଣାକିଣି କରିବାକୁ ହେଲେ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା, ଏଇ ଇମର୍ଶକମ୍ପାନୀ ଗୁଡ଼ିକ ଏତେ ଶସ୍ତାରେ ଜିନିଷ ବିକ୍ରି କରୁଛନ୍ତି କେମିତି ?, ଫେଷ୍ଟିବ ସିଜନରେ କମ୍ପାନୀଗୁଡ଼ିକ ବ୍ୟବସାୟ ପ୍ରକୃତରେ କେତେ ହୋଇଥାଏ ? କଣ ସତରେ ଏତେ ରିହାତିରେ କିଣିବା ଗ୍ରାହକଙ୍କ ପାଇଁ ଲାଭକାରୀ ହେବ? ଏସବୁ ପଛରେ ବିଜ୍ନେସ୍ ଗଣିତ ରହିଛି। ଆସନ୍ତୁ ଡିସ୍କାଉଣ୍ଟ ସେଲ୍ର ଗଣିତ ବୁଝିବା।
ଉପରୋକ୍ତ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଗତବର୍ଷଗୁଡ଼ିକରେ ଫେଷ୍ଟିଭ ସିଜନରେ ହୋଇଥିବା ବିକ୍ରି ଉପରେ ଟିକେ ନଜର ପକାବା। କମ୍ପାନୀଗୁଡ଼ିକ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ୨୦୧୯ କ୍ୟାଲେଣ୍ଡର ଇଅରରେ ୩୫ ହଜାର କୋଟିର ବିକ୍ରି ହୋଇଥିଲା। ୨୦୨୦ରେ ଏହା ୪୮.୬ ପ୍ରତିଶତ ବୃଦ୍ଧି ହୋଇ ୫୨ ହଜାର କୋଟି ହୋଇଥିଲା। ହେଲେ ୨୦୨୧ରେ ବିକ୍ରି ହ୍ରାସ ହୋଇଥିଲା। ୬୧ ହଜାର କୋଟି ବିକ୍ରିରେ ସହ ମାତ୍ର ୧୭ ପ୍ରତିଶତ ବିକ୍ରି ବୃଦ୍ଧି ହୋଇଥିଲା। ସେହିପରି ୨୦୨୨ରେ ୭୬ ହଜାର କୋଟି ବିକ୍ରି ହୋଇଥିବା ବେଳେ ୨୦୨୩ରେ ୯୩ ହଜାର କୋଟି ବିକ୍ରି ହୋଇପାରେ ବୋଲି କୁହାଯାଉଛି। ଏବେ ସରଳ ଉପାୟରେ ସହଜରେ ବୁଝନ୍ତୁ।
{"width":839,"height":760}
ଏତେ ଡିସ୍କାଉଣ୍ଟ କେମିତି ଦେଉଛି କମ୍ପାନୀ ?
ରିହାତିର ଗଣିତ ବୁଝିବା ପୂର୍ବରୁ, ପ୍ରଥମେ ଇମକମର୍ସ କମ୍ପାନୀଗୁଡ଼ିକ କେମିତି କାମ କରନ୍ତି ବୁଝନ୍ତୁ। ପ୍ରକୃତରେ, ଏହି କମ୍ପାନୀଗୁଡିକ ମଧ୍ୟସ୍ଥି ପରି କାମ କରନ୍ତି। ଏମାନେ ନିଜ ପ୍ଲାଟଫର୍ମ ମାଧ୍ୟମରେ ବିକ୍ରେତା ଏବଂ ଗ୍ରାହକଙ୍କୁ ଯୋଡ଼ନ୍ତି। ବିକ୍ରେତାମାଙ୍କୁ ୱେବସାଇଟ୍ ମାଧ୍ୟମରେ ସାମଗ୍ରୀ ବିକ୍ରି କରିବାକୁ ପ୍ଲାଟଫର୍ମ ଦିଅନ୍ତି, ଆଉ ପ୍ରତିବଦଳରେ ବିକ୍ରି ଉପରେ କମିଶନ ନିଅନ୍ତି।
ଯେକୌଣସି କମ୍ପାନୀର ପ୍ରଡକ୍ତ ବିକ୍ରି କରିବାର ଉଦ୍ଦେଶ୍ୟ ହେଉଛି ବିକ୍ରି ପରିମାଣ ବୃଦ୍ଧି କରିବା। ଅଧିକ ବିକ୍ରି ହେଲେ ଅଧିକ ଗ୍ରାହକ ଯୋଡ଼ି ହେବେ। ଆଗକୁ ଲମ୍ବା ଫାଇଦା ହେବ। ଉଦାହରଣ ସ୍ୱରୂପ ଜିଓ। ମନେ ପକାନ୍ତୁ ୨୦୧୬ରେ ଜିଓର ପିଲିସି। ସେତେବେଳେ ଜିଓ ଦେଶରେ ମାଗଣା 4G ଇଣ୍ଟରନେଟ୍ ସେବା ଯୋଗାଉଥିଲା। ମାଗଣା ସୁବିଧା ପାଇବା ପାଇଁ ଲୋକେ ଧାଡ଼ି ଲଗାଇ ଜିଓ ସିମ୍ କିଣିଲେ। କିଭଳି ଅଧିକ ଗ୍ରାହକ ଯୋଡ଼ି ହେବେ କମ୍ପାନୀ ଏଥିପାଇଁ ଏହି ରଣନୀତି ଆପଣାଇଥିଲା। ଠିକ୍ ସେମିତି ସେହିଭଳି ଆମାଜନ-ଫ୍ଲିପକାର୍ଟ ନିଜ ନିଜ ପ୍ଲାଟ୍ଫର୍ମ ପ୍ରତି ଗ୍ରାହକଙ୍କ ଆକୃଷ୍ଟ କରିବାକୁ ବଡ଼ ରିହାତି ଦେଇଥାନ୍ତି।
୮୦-୯୦ ପ୍ରତିଶତ ରିହାତି ଦେବାରେ ଉଭୟ ପ୍ଲାଟଫର୍ମ ଓ ବିକ୍ରେତା ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଫେଷ୍ଟିବ ସିଜନରେ ଇ-କମର୍ସ ପ୍ଲାଟ୍ଫର୍ମଗୁଡ଼ିକ ସେମାନଙ୍କର କମିଶନ କରିଦିଅନ୍ତି। ଫଳରେ ଏଥିରେ ବିକ୍ରେତାଙ୍କୁ ମଧ୍ୟ ଟିକେ ଆଶ୍ୱସ୍ତି ମିଳିଯାଏ। ଫଳରେ ଗ୍ରାହକଙ୍କୁ ପ୍ରଡକ୍ଟ ଆଉ ଟିକେ ଶସ୍ତାରେ ମିଳେ। ପୋଷାକପତ୍ର ବିକ୍ରିକୁ ଉଦାହରଣର ନେଲେ ବଡ ବ୍ରାଣ୍ଡଗୁଡିକ ପ୍ରତିବର୍ଷ ରିହାତି ଦେଇ ପୁରୁଣା ଷ୍ଟକ୍ ହଟାଇବାକୁ ଚାହାନ୍ତି। କିନ୍ତୁ ବ୍ରାଣ୍ଡ ଭାଲ୍ୟୁ ବଜାୟ ରଖିବା ପାଇଁ, ସେମାନେ କେବଳ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରିହାତି ଦେଇଥାନ୍ତି। ତେବେ ଅନ୍ଲାଇନ୍ ପ୍ଲାଟ୍ଫର୍ମଗୁଡ଼ିକ କିଛି ସାମଗ୍ରୀକୁ କ୍ଷତିର ସହ ବିକ୍ରି କରନ୍ତି। କାରଣ ସେମାନେ ଜାଣନ୍ତି ଯେ ଯେତେ କମ୍ ଦାମ ସେତେ ଅଧିକ ଗ୍ରାହକ। ଆଉ ଯେତେ ଅଧିକ ଗ୍ରାହକ ସେତେ ପ୍ରଡକ୍ସନ କଷ୍ଟ କମ। ଏହିପରି ଭାବେ କମ୍ପାନୀ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ପ୍ରଫିଟ୍ କରିନିଏ।
ଆମେ ସମସ୍ତେ ସ୍କୁଲ୍ରେ ପ୍ରଫିଟ୍ର ଫର୍ମୁଲା ତ ନିଶ୍ଚେ ପଢ଼ିଥିବା। ପ୍ରଫିଟ୍ = ସେଲିଂ ପ୍ରାଇସ୍ - କଷ୍ଟ ପ୍ରାଇସ୍। ଏଠି କଷ୍ଟ ପ୍ରାଇସ୍ର ମୂଲ୍ୟ ହେଉଛି ପ୍ରଡକ୍ଟଟି କେତେ ଖର୍ଚ୍ଚରେ ତିଆରି ହୋଇଛି। ସେହିପରି ସେଲିଂ ପ୍ରାଇସ୍ର ଅର୍ଥ ହେଉଛି ପ୍ରଡକ୍ଟକୁ କେତେ ଟଙ୍କାରେ ବିକ୍ରି କରାଗଲା। ଯଦି କୌଣସି ପ୍ରଡକ୍ଟ ବହୁ ପରିମାଣରେ ବିକ୍ରି ହୁଏ ତେବେ ଏହାର ମୂଲ୍ୟ ହ୍ରାସ ହୋଇଯାଏ। କାରଣ ଅଧିକ ପରିମାଣରେ ପ୍ରଡକ୍ଟ ତିଆରି କରିବାରେ ଖର୍ଚ୍ଚ କମ୍ ହୋଇଥାଏ।
ଯଦିଓ ବହୁଳ ବିକ୍ରିରେ ମାର୍ଜିନ(ଲାଭ) କମ୍ ହୋଇପାରେ, କିନ୍ତୁ ବିକ୍ରି ପରିମାଣ ବଢିବା ଦ୍ୱାରା ଆୟ ବଢ଼ିଥାଏ। ମୋବାଇଲ୍, ଟିଭି, ଲାପଟପ୍, ଏସି ପରି ଜିନିଷଗୁଡିକ ବହୁ ପରିମାଣାରେ ରିହାତିରେ ଉପଲବ୍ଧ ହୋଇଥାଏ। କାରଣ ସେଗୁଡିକ ବହୁଳ ଭାବରେ ବିକ୍ରି ହୋଇଥାଏ। ବହୁଳ ଭାବରେ ବିକ୍ରୟ ହେତୁ କମ୍ପାନୀ ସହ ଭେଣ୍ଡରଙ୍କର ବି ଲାଭ ବୃଦ୍ଧି ପାଇଥାଏ | ଉପରୋକ୍ତ ସମସ୍ତ କାରଣରୁ ଗ୍ରାହକମାନେ ବିକ୍ରୟ ସାମଗ୍ରୀ ଉପରେ ୮୦-୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇଥାନ୍ତି।
ଫେଷ୍ଟିଭ ସିଜନ୍ରେ କେତେ ସେଲ୍ କରିଥାନ୍ତି କମ୍ପାନୀ ?
କନସଲ୍ଟିଂ ଫାର୍ମ ରେଡସିରର ରିପୋର୍ଟ ଅନୁସାରେ, ଚଳିତ ବର୍ଷ ପାର୍ବଣ ଋତୁରେ ଦେଶର ଇ-କମର୍ଶ ସେକ୍ଟରରେ ଗ୍ରସ ମାର୍ଚେଣ୍ଡାଇଜ୍ ଭାଲ୍ୟୁ (ମୋଟ ବାଣିଜ୍ୟ ମୂଲ୍ୟ (ଜିଏମଭି)) ଗତ ବର୍ଷ ଅପେକ୍ଷା ୧୮-୨୦% ବୃଦ୍ଧି ହୋଇ ୯୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତବର୍ଷ ୭୬,୦୦୦ କୋଟିର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ଫେଷ୍ଟିବ ସିଜନରେ ପ୍ରାୟ ୧୪ କୋଟି ଲୋକ କିଣାକିଣି କରିପାରନ୍ତି।
{"width":838,"height":505}ଏତେ ଡିସ୍କାଉଣ୍ଟରେ କିଣିବା ଗ୍ରାହକଙ୍କ ପାଇଁ ସତରେ ଲାଭାକରୀ କି ?
ଏ ପ୍ରଶ୍ନର ଉତ୍ତର ଆପଣଙ୍କର ଜୀବନ ଗଣିତ ଉପରେ ନିର୍ଭର କରେ। ଅର୍ଥାତ୍ ଯଦି କେବଳ ଡିସ୍କାଉଣ୍ଟ ମିଳୁଛି ବୋଲି ଲୋଭରେ ଆପଣ ପ୍ରଡକ୍ଟ କିଣି ନେଉଛନ୍ତି ତେବେ ଆପଣ ଅଯଥାରେ ଟଙ୍କା ବର୍ବାଦ କରୁଛନ୍ତି। ଏଥିରେ ଆପଣଙ୍କର ଖର୍ଚ୍ଚ ଚାପ ବଢ଼ିଯିବ। ପରବର୍ତ୍ତି ଆବଶ୍ୟକାତ ପୂରଣ କରିବାରେ ଅସୁବିଥିବା ହେବ। ଆଉ ଯଦି ଜିନିଷର ଆବଶ୍ୟକତା ଅଛି ଆଉ ଆପଣ ଡିସ୍କାଉଣ୍ଟର ଲାଭ ଉଠାଉଛନ୍ତି ତେବେ ଏହା ନିଶ୍ଚିତ ଲାଭକାରୀ ପଦକ୍ଷେପ।