ବନ୍ଧା ହେଲେ ଅଭିନେତ୍ରୀ ମେହେର ଅଫରୋଜ, ଦେଶ ବିରୁଦ୍ଧରେ ଷଡକ୍ଷନ୍ତ୍ର ଅଭିଯୋଗ

Published By : Prameya-News7 Bureau | February 07, 2025 IST

ମୁମ୍ଵାଇ ୦୭।୦୨; ବାଂଲାଦେଶର ଅଭିନେତ୍ରୀ ମେହେର ଆଫରୋଜ ଶନ୍‌ଙ୍କ ବଢିଛି ଅଡୁଆ । ତାଙ୍କୁ ଢାକାରୁ ଗିରଫ କରାଯାଇଛି। ତାଙ୍କ ଉପରେ ଦେଶଦ୍ରୋହ ଏବଂ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ରର ଅଭିଯୋଗ ଅଛି। ଅତିରିକ୍ତ ପୋଲିସ କମିଶନର କହିଛନ୍ତି ଯେ ମେହେର ଆଫରୋଜ ଶନ ଦେଶ ବିରୁଦ୍ଧରେ ଷଡଯନ୍ତ୍ରରେ ସାମିଲ ଥିଲେ। 

ଗୁରୁବାର ରାତିରେ ତାଙ୍କୁ ଗିରଫ କରାଯାଇଥିଲା। ପୋଲିସ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରି ରିମାଣ୍ଡ ଦାବି କରିପାରେ। ଯାହା ଦ୍ଵାରା ତାଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯାଇପାରିବ। ମେହେର ଆଫରୋଜ ଶନ୍ ଜଣେ ଲୋକପ୍ରିୟ ବାଂଲାଦେଶୀ ଅଭିନେତ୍ରୀ, ଗାୟିକା, ନୃତ୍ୟଶିଳ୍ପୀ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ତା’ପରେ ସେ ଅନେକ ଟିଭି ନାଟକ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି।

୩୭ ବର୍ଷ ପୂର୍ବେ କ୍ୟାରିଅର ଆରମ୍ଭ କରିଥିଲେ

ମେହର ଆଫରୋଜ ୩୭ ବର୍ଷ ପୂର୍ବେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୯୮୮ ମସିହାରେ 'ସ୍ୱାଧୀନୋତା' ନାମକ ଏକ ଟିଭି ଡ୍ରାମା ଆସିଥିଲା। ଏଥିରେ ତାଙ୍କୁ ଜଣେ ଶିଶୁ କଳାକାର ଭାବରେ ଦେଖିବାକୁ ମିଳିଥିଲା। ସେ ଅମର ଆଚେ ଜୋଲ୍ (୨୦୦୮), ଶ୍ୟାମଲ ଛାୟା (୨୦୦୪), ଚନ୍ଦ୍ରକୋଠା (୨୦୦୩), ଆଜି ରବିବର (୧୯୯୬) ଭଳି ଟିଭି ଶୋ ଏବଂ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚନା ଅଭିଯୋଗରେ ମେହେର ଆଫରୋଜ ଶନଙ୍କ ନାମ ବିବାଦକୁ ଆସିଛି। ପୋଲିସ ପଚରାଉଚରା ସମୟରେ କ’ଣ ସୂଚନା ବାହାରକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.