ଭୁବନେଶ୍ୱର ୧୪।୦୨ : ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ । ଏଥିମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ଏହାବାଦ୍ ବରଗଡ଼ରେ ୫୯୫, ଗଞ୍ଜାମ ଜିଲ୍ଲାରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଜଣ ଭିକାରୀ ରହିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ।
ବିଧାନସଭା ବଜେଟ୍ ଅଧିବେଶନର ଶୁକ୍ରବାର ଥିଲା ୨ୟ ଦିନ । ଗୋଟିଏ ପଟେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ହୋହାଲ୍ଲା କରୁଥିବା ବେଳେ ବିଧାୟକ ଲକ୍ଷ୍ମଣ ବାଗ୍ ରାଜ୍ୟରେ କେତେ ସଂଖ୍ୟାରେ ଭିକାରୀ ରହିଛନ୍ତି । ସେନେଇ ଲିଖିତ ଭାବେ ପଚାରିଥିଲେ ପ୍ରଶ୍ନ । ଯାହାର ଉତ୍ତର ଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୫୨୮୪ ଜଣ ଭିକାରୀ ଅଛନ୍ତି । ଏଥିମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ଏହାବାଦ୍ ବରଗଡ଼ରେ ୫୯୫, ଗଞ୍ଜାମ ଜିଲ୍ଲାରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଜଣ ଭିକାରୀ ରହିଛନ୍ତି । ତେବେ ରାଜ୍ୟକୁ ରାଜ୍ୟକୁ ଭିକାରୀ ମୁକ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ ଏବଂ ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଇଛି। ଭିକ୍ଷୁକମୁକ୍ତ କରିବା ପାଇଁ ଯୋଜନା ହାତକୁ ନିଆଯାଇଛି।