ପୂରଣ ହେବ ଖାଲି ପଡିଥିବା RI, ARI ଓ ଅମିନ ପଦବୀ ; ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସଂଖ୍ୟା ବୃଦ୍ଧି କରାଯିବ : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | August 29, 2024 IST

ଭୁବନେଶ୍ବର ୨୯।୮: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଟାକ୍ଷ । ପୂର୍ବ ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଲେ ରାଜସ୍ବ ମନ୍ତ୍ରୀ । ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ପଡିବା ଏବଂ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ । ହେଲେ ତାଙ୍କ ପ୍ରଶ୍ନର କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ବ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ, ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ପଦବୀ ପୂରଣ ପାଇଁ OSSSକୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି । ୭୮୯ RI,୧୩୮୫ ARI, ୧୧୬୯ ଅମିନ ପଦବୀ ପୂରଣ ପାଇଁ OSSSକୁ କୁହାଯାଇଛି । 

ସେହିଭଳି ଆରଆଇ ଟ୍ରେନିଂ ଇନଷ୍ଟିଚ୍ୟୁଟ ସଂଖ୍ୟା ବୃଦ୍ଧି କରାଯିବ । ଏବେ ରାଜ୍ୟର ଚାରୋଟି ଇନଷ୍ଟିଚ୍ୟୁଟ୍ ଥିବା ବେଳେ ଜୟପୁରରେ ଖୁବଶୀଘ୍ର ଆଉ ଗୋଟିଏ ଇନଷ୍ଟିଚ୍ୟୁଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ବିରୋଧୀ ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହରେ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

 

 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.