ବିରୋଧୀ ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହରେ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | August 29, 2024 IST

ଭୁବନେଶ୍ବର ୨୯।୮: ଗୃହରେ ନାରାବାଜି ଓ ହୋହଲ୍ଲା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ । ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହରେ ହୋହଲ୍ଲା । ଗୃହର ମଧ୍ୟଭାଗକୁ ଆସି ବିଜେଡି ବିଧାୟକ ମାନେ ହୋହଲ୍ଲା କରିଥିଲେ । ଯାହା ଫଳରେ ବାଚସ୍ପତି ଗୃହକୁ ମଲତବୀ ରଖିଛନ୍ତି ।

୩୧୪ ବ୍ଲକରେ ଉନ୍ନୟନ କାମ ଠପ୍ ହେଲାଣି । ଏହା ଉପରେ କିଏ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି କି ? ଏ ସଂକ୍ରାନ୍ତରେ ବାରମ୍ବାର ମୁଲତବୀ ନୋଟିସକୁ ବାଚସ୍ପତି କାହିଁକି ଗ୍ରହଣ କରୁ ନାହାନ୍ତି ବୋଲି ଗୃହରେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ଗଣେଶ୍ୱର ବେହେରା ଉଠାଇ ଥିଲେ । ପରେ ବାଚସ୍ପତିଙ୍କ ନିଷ୍ପତ୍ତିର ପ୍ରତିବାଦରେ ବିଜେଡି ବିଧାୟକ ମାନେ ଶୂନ୍ୟ କାଳରେ ଗୃହରେ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖି କହିଥିଲେ, ସରକାର କେବେ ପଛ ଘୁଞ୍ଚା ଦେଉନାହାନ୍ତି ବୋଲି କହିଥିଲେ । ଏହାସହ ବିଧାନସଭା ବିଧି ବ୍ୟବସ୍ଥାର ଉଦାହରଣ ଦେଇ କହିଥିଲେ ବାଚସ୍ପତି ହେଉଛନ୍ତି ଗୃହର ସତବେସର୍ବ ସେ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ । ତେଣୁ ବିରୋଧୀ ଦଳର ସଦସ୍ୟ ମାନଙ୍କୁ ନିଜ ନିଜ ସିଟ୍‌କୁ ଯିବାକୁ ଅନୁରୋଧ କରିଥିଲେ ମନ୍ତ୍ରୀ । 

You Can Read:

CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ ଗିରଫ, ଠାବ ହୋଇଥିଲା ୧୬.୭୭ଲକ୍ଷ ଟଙ୍କାର ଡିପୋଜିଟ୍

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.