ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି

Published By : Prameya-News7 Bureau | September 09, 2024 IST

ଖଣ୍ଡପଡା୯/୯: ଗାଁ ଦାଣ୍ଡରେ ବୁଲିଲା ମାରଣାସ୍ତ୍ର । ଯୁବକଙ୍କୁ ନୃଶଂସ ଭାବରେ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବତ୍ତ । ନୟାଗଡ ଜିଲ୍ଲା ଫତେଗଡ ଥାନା ଭଗବାନପୁର ଗାଁରେ ଚାଞ୍ଚଲ୍ୟ । ଗୁରୁତର ଯୁବକ ଅଖିଳ କୁମାର ସାହୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅଖିଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଫତେଗଡ ପୋଲିସ ଛାନ୍‌ଭିନ୍‌ ଚଳାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.