ଉଦଳା ୧୮।୧: ଚାଲାକ ଲୁଟେରାଙ୍କ ଚାଲିକି ଦେଖି ପୋଲିସ ଜଳକା । ଘରେ ପଶିଲେ ଆଉ ଲୁଟିଲେ ସୁନାଗହଣା । ହେଲେ ଚାଲାକ ଲୁଟେରା ଅରିଜିନାଲ ଲୁଟି ନେଇ ଡୁପ୍ଲିକେଟ୍ ଛାଡିଗଲେ । ଦୁର୍ବୃତ୍ତ ଲୁଟ୍ କରିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବୃନ୍ଦାଗଡି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଗ୍ରାମର ସୁଦାମ କୁମାର ମାଝୀ ଶୁକ୍ରବାର ସନ୍ଧ୍ୟାରେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ । ରାତିରେ ସୁଦାମ ଏବଂ ପରିବାର ଲୋକେ ଘରକୁ ଫେରିବା ପରେ ଘର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘରେ ପଶିବା ପରେ ଗଡ଼ରେଜ ଭାଙ୍ଗି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେବା ସହିତ ଗଡ଼ରେଜରେ ଥିବା ୪୫ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ଏପରିକି ଦୁର୍ବୃତ୍ତ ମାନେ ଗଡ଼ରେଜରୁ ସମସ୍ତ ଅଳଙ୍କାର ବାହାରେ ଖୋଲି ଦେଖିବା ସହିତ କେବଳ ସୁନା ଜିନିଷ ଲୁଟି ନେଇଥିବା ବେଳେ ଇମିଟେସନ ଅଳଙ୍କାର ଛାଡି ଯାଇଛନ୍ତି । ଦୁର୍ବୃତ୍ତ ମାନେ ସୁଦାମଙ୍କ ଘର ବାଡ଼ ଭାଙ୍ଗି ଘରେ ପଶିଥିବା ଜଣାପଡ଼ିଛି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।
You Can Read: