ଭଦ୍ରକ ୨୫।୬: ସୁନା ଦୋକାନରୁ ଲୁଟ୍ । ଗ୍ରୀଲ୍ ତାଲା ଭାଙ୍ଗି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଗହଣା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ବଜାରରେ ଘଟିଛି ଏଭଳି ଲୁଟ୍ ଘଟଣା । ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ବଜାରରେ ଥିବା ମା’ ତାରିଣୀ ଜୁଏଲାରୀରୁ ଲୁଟ୍ ହୋଇଛି । ଦୋକାନ ମାଲିକ ପ୍ରଦୀପ ସାହୁଙ୍କ କହିବା ଅନୁସାରେ ଲୁଟ୍ ବେଳେ ଦୋକାନ ଶୋ’କେସ୍ ବା ଡିସ୍ପ୍ଲେରେ ଥିବା ୧୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଛି । ତେବେ ଦୋକାନ ଭିତରେ ଥିବା ଆଇରନ୍ ଚେଷ୍ଟରେ ପ୍ରାୟ ୧ କିଲୋ ଓଜନର ସୁନା ରହିଥିଲା । ପୋଲିସ ଦୋକାନ ସିଲ୍ କରିଥିବାରୁ ଆଇରନ୍ ଚେଷ୍ଟରେ ଥିବା ସୁନା ବିଷୟରେ ସୂଚନା ମିଳିନାହିଁ ।
ତେବେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ ଏକ ଟିମ୍ ଲୁଟ୍ ହୋଇଥିବା ଦୋକାନ ନିକଟରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯିବ । ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି ।
You Can Read: