ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ନେଇ ବଡ ବୟାନ ଦେଲେ ମୋନାଲିସା, କହିଲେ-ସେ ମୋତେ...

Published By : Prameya-News7 Bureau | April 16, 2025 IST

ମୁମ୍ଵାଇ ୧୬।୦୪; ମହାକୁମ୍ଭରେ ବିକ୍ରି କରୁଥିଲେ ମାଳା। ଏବେ ହେବେ ବଲିଉଡ ହିରୋଇନ । ନିଜର ନୀଳ ଆଖି ସାରା ଦେଶରେ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ରାତାରାତି ବଦଳି ଯାଇଛି ଜଣେ ମହିଳାଙ୍କ ଭାଗ୍ୟ। ମୋନାଲିସା ଏବେ ବଲିଉଡରେ କରିବେ ଡେବ୍ୟୁ।  ମହାକୁମ୍ଭର ସୁନ୍ଦରୀ ମୋନାଲିସାଙ୍କୁ ମିଳିଛି ଫିଲ୍ମ ଅଫର । ବଡ଼ ପରଦାରେ ନଜର ଆସିବେ ସୁନ୍ଦରୀ ମୋନାଲିସା ଭୋଁସଲେ । ଏହାରି ମଧ୍ୟରେ ମୋନା ଦେଇଛନ୍ତି ବଡ଼ ବୟାନ ।

ମହାକୁମ୍ଭ'ର ଭାଇରାଲ୍ ଗାର୍ଲ ମୋନାଲିସାଙ୍କର ପୁଣି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଦେଉଥିବା ଶୁଣିବାକୁ ମିଳୁଛି। ଚଳଚ୍ଚିତ୍ର ପ୍ରଯୋଜକ ସନୋଜ ମିଶ୍ର ସମ୍ପ୍ରତି ଜଣେ ମହିଳାଙ୍କ ଦ୍ୱାରା ଲଗାଯାଇଥିବା ଗମ୍ଭୀର ଅଭିଯୋଗ ଯୋଗୁଁ ଖବରକୁ ଆସିଥିଲେ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ନିଯ୍ୟାତନା ଏବଂ ଗର୍ଭପାତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା।

ଭିଡିଓରେ ମୋନାଲିସା କହୁଛନ୍ତି, 'ସନୋଜ ଆଜି ପର୍ଯ୍ୟନ୍ତ ମୋତେ ଭୁଲ ଉଦ୍ଦେଶ୍ୟରେ ଦେଖି ନାହାନ୍ତି ଏବଂ ସେ ମୋତେ ତାଙ୍କର ନିଜ ଝିଅ ପରି ବ୍ୟବହାର କରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକ ସନୋଜଙ୍କ ବିରୋଧରେ ମିଥ୍ୟା କାହାଣୀ ରଚନା କରୁଛନ୍ତି । ସୋସିଆଲ ମିଡିଆରେ ଭୁଲ ଧାରଣା ସୃଷ୍ଟି କରୁଛନ୍ତି। ମୋର ଲୋକଙ୍କୁ ଅନୁରୋଧ କି ଏଭଳି ଗୁଜବକୁ ଧ୍ୟାନ ଦିଅନ୍ତୁ ନାହିଁ। ସତ୍ୟାସତ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.