ନୂଆଦିଲ୍ଲୀ ୧୭/୦୩: ୨୨ ମାର୍ଚ୍ଚରୁ ଦୁଲୁକିବ କ୍ରୀଡା ମହାକୁମ୍ଭ । ଏହା ପୂର୍ବରୁ ୨୫ ନଭେମ୍ୱରରେ ହୋଇଥିଲା ମେଗା ଅକ୍ସନ । ଯେଉଁଥିରେ ୧୦ ଟିମ୍ ୬୩୯.୧୫ କୋଟି ଖର୍ଚ୍ଚ କରି କିଣିଥିଲେ ୧୮୨ ଖେଳାଳି । ନିଲାମୀର ପ୍ରଥମ ଦିନରେ ୩ ଖେଳାଳିଙ୍କ ଉପରେ ହୋଇଥିଲା ଟଙ୍କା ବର୍ଷା । ଯାହାକି ସବୁ ରେକର୍ଡ କ୍ରସ କରିଥିଲା । ଆସନ୍ତୁ ଜାଣିବା ୨୦୨୫ରେ କିଏ ସେହି ଟପ୍-୫ ମହଙ୍ଗା ଖେଳାଳି ।
ମେଗା ଅକ୍ସନର ଷ୍ଟାର ଓ୍ୱିକେଟକିପର ତଥା ବ୍ୟାଟର ଋଷଭ ପନ୍ତ । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୨୭ କୋଟିରେ କିଣିଛି । ଏବେ ପନ୍ତ ବନିଛନ୍ତି IPLର ସବୁଠୁ ମହଙ୍ଗା ଖେଳାଳି । ତାଙ୍କ ପରେ ଦ୍ୱିତୀୟ ନମ୍ୱରରେ ଶ୍ରେୟସ ଆୟର ଅଛନ୍ତି । ଯାହାକୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟିରେ ନିଲାମ ଡାକି କିଣିଥିଲା ।
ଶ୍ରେୟସ ପାଲଟିଗଲେ ଦ୍ୱିତୀୟ ମହଙ୍ଗା ଖେଳାଳି । ଲିଷ୍ଟର ତୃତୀୟ ନାମ ଭେଙ୍କଟେଶ୍ ଆୟର । ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୩.୭୫ କୋଟିରେ କିଣିଛି । ଭେଙ୍କଟେଶ୍ ଗତ ଋତୁରେ କେକେଆର ଟିମ୍ ପାଇଁ ଖେଳିଥିଲେ ।
ସେହିପରି ଚତୁର୍ଥ ସ୍ଥାନରେ ସାଉଥ୍ ଆଫ୍ରିକାର ହେନରିକ୍ କ୍ଲାସେନ୍ ଅଛନ୍ତି । ସନ୍ରାଇଜର୍ସ ହାଇଦ୍ରାବାଦ ତାଙ୍କୁ ଟିମ୍ରେ ରିଟେନ୍ କରିଛି । କାବ୍ୟା ମାରନଙ୍କ ଟିମ୍ କ୍ଲାସେନ୍ଙ୍କୁ ୨୩ କୋଟି ଟଙ୍କା ଦେଇଛି । ପଞ୍ଚମ ସ୍ଥାନରେ ବିରାଟ କୋହଲି ଏବଂ ନିକୋଲସ ପୁରନ୍ ମିଳିତ ଭାବେ ରହିଛନ୍ତି । କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପୁରନଙ୍କୁ LSG ୨୧ କୋଟି ଟଙ୍କାରେ ରିଟେନ୍ କରିଛି ।
କହିବାକୁ ଗଲେ ରୋହିତ ଶର୍ମା ମୁମ୍ୱାଇ ଇଣ୍ଡିଆନ୍ସ ୧୬.୩୦ କୋଟି ଟଙ୍କାରେ ରିଟେନ୍ କରିଛି । ସେ ଏହି ଲିଷ୍ଟରେ ବହୁତ ପଛରେ ରହିଛନ୍ତି । ରୋହିତ ମୁମ୍ୱାଇକୁ ୫ ଥର ଟ୍ରଫି ଜିତାଇସାରିଛନ୍ତି ।