ଆଫ୍ରିକା ମହାଦେଶରେ ମଙ୍କିପକ୍ସ ଭୟ; ୧୭ ହଜାର ମାମଲା ଚିହ୍ନଟ, ୫୧୭ମୃତ, WHOର ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା

Published By : Prameya-News7 Bureau | August 15, 2024 IST

ନୂଆଦିଲ୍ଲୀ: ପୃଥିବୀ ପାଇଁ ମାଡ଼ି ଆସୁଛି ମହାବିପଦ । କରୋନା ପରେ ମଙ୍କିପକ୍ସ ଭୟ । ଆଫ୍ରିକା ମହାଦେଶରେ ମାରାତ୍ମକ ହେଲାଣି । ୧୩ ଦେଶରେ କାୟା ମେଲାଇଲାଣି ଭୂତାଣୁ । WHOରୁ ଗ୍ଲୋବାଲ୍ ହେଲ୍ଛ ଏମର୍ଜେନ୍ସି ଘୋଷଣା । ଦୁଇ ବର୍ଷ ମଧ୍ୟରେ ଦୁଇ ଡରାଇଲାଣି ମଙ୍କିପକ୍ସ । ୨୦୨୨ରେ କରୋନା ପ୍ରଭାବ କମିବା ପରେ ପ୍ରକୋପ ବଢ଼ିଥିଲା ଏବେ ପୁଣି ଥରେ ଆଫ୍ରିକା କଣ୍ଟିନେଣ୍ଟରେ ଭୟଙ୍କର ଭାବେ କାୟା ମେଲାଇବା ଆରମ୍ଭ କରିଦେଲାଣି ମାରାତ୍ମକ ମଙ୍କିପକ୍ସ । କ୍ଲୋଜ୍ କଣ୍ଟାକ୍ଟରୁ ଜଣକ ପରେ ଜଣଙ୍କୁ କବଳିତ କରୁଛି ଭୂତାଣୁ । ଯାହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ଚରମରେ ପହଞ୍ଚିଛି । ଫଳରେ WHOକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ପଡ଼ିଛି ।


ଘାତକ ହେଉଛି ମଙ୍କିପକ୍ସ ସଂକ୍ରମଣ । ୧୭ ହଜାର ସଂକ୍ରିମିତ ଚିହ୍ନଟ, ୫୧୭ ମୃତ । ଏମ-ପକ୍ସକୁ ନେଇ WHOର ସତର୍କ ଘଣ୍ଟି । ଆଫ୍ରିକା ମହାଦେଶ ଦ୍ରୁତଗତିରେ ମଡ଼ି ଚାଲଛି ଏହି ମାରାତ୍ମକ ଭୂତାଣୁ । ଚଳିତ ବର୍ଷ ଏବେ ସୁଦ୍ଧା ୧୭ ହାଜର ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଏମାନଙ୍କ ମଧ୍ୟରେ ୫୧୭ଜଣ ପ୍ରାଣ ହରାଇଛନ୍ତି । ବିଶେଷ କରି କଙ୍ଗୋ ଗଣରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପ୍ରାୟ ୧୩ ହଜାର ପାଖାପାଖି ହେବା । ୨୦୨୨ ମସିହା ପର ଠାରୁ ମଙ୍କିପକ୍ସ ସଂକ୍ରମଣ ୧୬୦ ପ୍ରତିଶତ ବୃଦ୍ଧି ପାଇଥିବା କହିଛି ଆଫ୍ରିକା କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ ଏବଂ ନିବାରଣ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆଫ୍ରିକାର ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । 



କ’ଣ ଏହି ମଙ୍କି-ପକ୍ସ ? କିପରି ସଂକ୍ରମିତ ହୁଏ ମାରାତ୍ମକ ଭୂତାଣୁ ? ମିଳାମିଶାରେ ବଢ଼େ ନାହିଁତ ମାରାତ୍ମକ ଭାଇରସ୍ ? ମଙ୍କିପକ୍ସ ବିଶେଷ କରି ମଣିଷ ଏବଂ ପଶୁଙ୍କ ଦେଖାଯାଇଥାଏ । ଏହା ଅର୍ଥୋପକ୍ସ ଭାଇରସ୍ ବଂଶ । ଏହାର ଲକ୍ଷଣ, ପ୍ରଥମେ ଜ୍ବାର ଆସିବା ସହିତ ମୁଣ୍ଡ ବନ୍ଧିଥାଏ । ମାଂଶପେଶୀରେ ବିନ୍ଧା ଛିଟିକା ହେବା ଚର୍ମରେ ଛୋଟ ଛୋଟ ଫଟକା ଭଳି ବାହାରିଯାଏ । ପରେ ପୂରା ଶୀରରକୁ ଏହା ମାଡ଼ି ଯାଇଥାଏ । ଏହି ରୋଗ ୧୫ ବର୍ଷରୁ କମ୍ ଛୋଟ ପିଲା ଏବଂ ମହିଳାଙ୍କ ପାଇଁ ମାରାତ୍ମକ ହୋଇଯାଏ । ଆଫ୍ରିକାର କଙ୍ଗୋ ବେସିନରେ ଏହାର ପ୍ରକୋପ ଅଧିକ । ମହିଳାଙ୍କ ଠାରୁ ଲୋକଙ୍କ ସଂକ୍ରମିତ ହୋଇଥାଏ ଏବଂ ପଶୁଙ୍କ ମଧ୍ୟରେ କୁକୁର ଏହି ଭାଇରସର ବାହାକ ହୋଇଥାଏ । ସାଧାରଣତଃ କାମୁଡ଼ିବା, କୁଣ୍ଡେଇ ହେବା, ସଂକ୍ରମିତ ପଶୁଙ୍କ ସମ୍ପର୍କରେ ଆସିବା ଦ୍ବାରା ସଂକ୍ରମଣ ବଢ଼ିଥାଏ । 


ମଙ୍କିପକ୍ସ ଉପଚାର ପାଇଁ କୌଣସି ଔଷଧ ବାହାରି ନାହିଁ । ଆଣ୍ଟି ଭାଇରାଲ୍ ମେଡିସିନ୍ ଦ୍ବାରା ଏହା ଠିକ୍ ହୋଇଥାଏ । ବେଳେ ବେଳେ ଆପେ ଆପେ ମଧ୍ୟ ଏହି ରୋଗ ଭଲ ହୋଇଥାଏ । ଏହି ମାରାତ୍ମକ ରୋଗ ପାଇଁ ଦୁଇଟି ଔଷଧକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି ।


ମଙ୍କିପକ୍ସ ଭୂତାଣୁ ପ୍ରଥମେ ୧୯୫୮ରେ ଚିହ୍ନଟ ହୋଇଥିଲା । ଡେନମାର୍କ କ୍ୟାପଟିଭ୍ ରିସର୍ଚ୍ଚରେ ସାମ୍ନାକୁ ଆସିଥିଲା ଭାଇରସ୍ । ୧୯୭୦ରେ ଏହା ମାନବ ଶରୀରରେ ସଂକ୍ରମିତ ହୁଏ ବୋଲି ଜଣାପଡ଼ିଥିଲା । ରିପବ୍ଲିକ୍ କଙ୍ଗୋର ଜଣେ ୯ ମାସର ଶିଶୁ ଠାରେ ମଙ୍କିପକ୍ସ ଚିହ୍ନଟ ହୋଇଥିଲା । ୨୦୨୨ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏମ-ପକ୍ସ ନାମରେ ନାମିତ କରିଥିଲା । ଭାରତରେ ଏହି ମାମଲାରେ ତିନୋଟି ମାମଲା ସାମ୍ନାକୁ ଆସିଛି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.