ପାଟଣା ୨୫/୧୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆଜି ଠାରୁ ଠପ୍ ହୋଇଛି । ୩ ଦଫା ଦାବି ନେଇ ଜିଦ୍ରେ ଅଡିବସିଛନ୍ତି ମହିଳା କର୍ମଚାରୀ । ଫଳରେ ସେବା ନପାଇ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ପାଟଣା ବ୍ଲକ ଅଞ୍ଚଳର ଯାତ୍ରୀମାନେ ଯାତାୟତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଥାଉକି, ପାଟଣା ବ୍ଲକ ଅଞ୍ଚଳର ୫ଟି ମୁଖ୍ୟମନ୍ତ୍ରୀ ବସ୍ର ୧୨ଜଣ ମହିଳା କଣ୍ଡକ୍ଟର ଆନ୍ଦୋଳନକୁ ଓଲ୍ହାଇଛନ୍ତି । ୩ ମାସ ହେଲା ଦରମା ପାଇନଥିବା, ଜଏନିଂ ଲେଟର ସହ, ଆଇକାର୍ଡ ପ୍ରଦାନ ସହ ଦାବି ପୂରଣ ପାଇଁ ପ୍ରତିବାଦ କଲେ ଚାକରିରୁ ବାହାରି ଯିବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା କର୍ମଚାରୀ ।
ମୁଖ୍ୟମନ୍ତ୍ରୀ ବସ୍ ସେବାର ୧୨ ଜଣ ମହିଳା କର୍ମଚାରୀ ମାନେ ଆଜି ସକାଳୁ ପାଟଣା ବସଷ୍ଟାଣ୍ଡର ମୁଖ୍ୟ ଗେଟ୍ରେ ଚାବି ପକାଇ ବସ ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ଦାବି କରିଛନ୍ତି ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେଯାଏଁ ଆନ୍ଦୋଲନରୁ ଓହରିବେନି ।