ଦୁବାଇରେ ବିବାହ ପ୍ରସ୍ତୁତି, ସେଲିବ୍ରିଟିଙ୍କୁ ନିମନ୍ତ୍ରଣ, ପ୍ରାଇଭେଟ୍ ଜେଟ୍; ବେଟିଂ ଆପ୍ କଳା ସାମ୍ରାଜ୍ୟର ଗୁମର ଖୋଲିଲା ଇଡି

Published By : Prameya-News7 Bureau | September 16, 2023 IST

ନୂଆଦିଲ୍ଲୀ: ବେଟିଂ ଆପ୍‌ରେ କୋଟି କୋଟି ଟଙ୍କା ଠକେଇ । ଦୁବାଇରେ ରାଜକୀୟ ବିବାହ ପ୍ରସ୍ତୁତ ସହିତ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ । ସେହିପରି ପ୍ରାଇଭେଟ୍ ଜେଟ୍ ଭଡ଼ାରେ ନିଆଯାଇଛି । ବେଟିଂ ଆପ୍ଲିକେସନରେ ଟଙ୍କା ହେରାଫେରୀ ଅଭିଯୋଗ ଆସିବା ପରେ ରେଡ୍ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚଢାଉ ସମୟରେ ଆଖି ଟେରା ହେଲା ଭଳି ତଥ୍ୟ ଇଡି ନଜରେ ପଡ଼ିଛି । କାର୍ଯ୍ୟାନୁଷ୍ଠାନ ବେଳେ ଅଭିଯୁକ୍ତଙ୍କ ପାଖରୁ ୪୧୭ କୋଟି ଟଙ୍କା ଜବତ କରିଛି ତଦନ୍ତକାରୀ ସଂସ୍ଥା । ସେହିପରି ଆପ୍ ପ୍ରମୋଟର ବିବାହ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବା ଇଡି ରିପୋର୍ଟରେ କହିଛି ।    

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଉପରେ ରେଡ୍ ମାରିଥିଲା ଇଡି । ତଦନ୍ତ ବେଳେ ଟିମ୍ ବଡ଼ ଖୁଲାସା କରିଛି । ବେଆଇନ ବେଟିଂ ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ ଖାତା ଖୋଲି କୋଟି କୋଟି ଟଙ୍କା ହେରାଫେରୀ ସିଣ୍ଡିକେ଼ଟ୍ ଖୋଲିଥିଲା ବେଟିଂ ଆପ୍ ମାଲିକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଭୋପାଳ ଭଳି ସହରେ ରେଡ୍ ମାରି ମହାଦେବ ବେଟିଂ ଆପ୍‌ର ବହୁ କାଗଜପତ୍ର ଜବତ୍ କରିଛି । ସେହିପରି ୪୧୭କୋଟି ଟଙ୍କା ନଗଦ ଜବତ କରିଛି । ଏହି ଟଙ୍କାକୁ ବେଆଇନ ଭାବେ ଏକାଠି କରିଥିଲେ ଆପ୍ ମାଲିକ ।

wp:embed {"url":"https://www.prameyanews7.com/kerala-shuts-schools-in-kozhikode-due-to-nippa-virus/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kerala-shuts-schools-in-kozhikode-due-to-nippa-virus/
/wp:embed

ଛତିଶଗଡ଼ର ସିଲେଇ ଦୋକାନ କରିଥିବା ସୌରଭ ଚନ୍ଦ୍ରକାର ଏବଂ ରବି ଉପ୍ପଲ ମହାଦେବ ଅନଲାଇନ ବୁକର ମୁଖ୍ୟ ପ୍ରମୋଟର ଥିଲେ ଏବଂ ଏହାକୁ ସେମାନେ ଦୁବାଇରେ ବସି ପରିଚାଳନା କରୁଥିଲେ । ଆନଲାଇନ ବେଟିଂ ଆପ୍ ମାଧ୍ୟମରେ ୧୧୨କୋଟି ଟଙ୍କର ସାମ୍ରାଜ୍ୟ କରିଥିଲା  ସୌରଭ ଚନ୍ଦ୍ରକାର । ଫ୍ରାଞ୍ଚାଇଜମାନଙ୍କୁ ୭୦-୩୦ ପ୍ରତିଶତ ଲାଭାଂଶ ଦେଉଥିଲେ । ବେଟିଂରେ ହେଉଥିବା ରୋଜଗାରକୁ ସିଧା ସିଧା ବିଦେଶୀ ବ୍ୟାଙ୍କରେ ପଠାଇବା ପାଇଁ ବଡ଼ ଧରଣ ମନିଲଣ୍ଡ୍ରିଂ ଅପରେସନ କରୁଥିବା ରେଡ୍ ବେଳେ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ରୁ ସିଣ୍ଡିକେଟର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.