ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ ମେଗା ନିଲାମରେ ବଡ଼ ନିଷ୍ପତ୍ତି ନେଇ ଆଫଗାନିସ୍ତାନର ଆଲ୍ଲା ଗଜନଫରଙ୍କୁ କିଣିଛି। ଏହି ଆଫଗାନ ଖେଳାଲିଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କୁ ମୁମ୍ବାଇ ୪.୮୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଗଜନଫରଙ୍କ ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା ଥିଲା। ଗଜନଫରଙ୍କ ଘରୋଇ କ୍ରିକେଟ୍ ରେକର୍ଡ ବେଶ ପ୍ରଭାବଶାଳୀ ରହିଛି। ଏହା ବାଦ୍ ମୁମ୍ବାଇ ଦୀପକ ଚହରଙ୍କ ସହ ଆଉ କିଛି ଖେଳାଳିଙ୍କୁ ଦ୍ଵିତୀୟ ଦିନର ନିଲାମରେ କିଣିଛି।
ଗଜନଫରଙ୍କ ଉପରେ ପ୍ରଥମ ଡାକରା କୋଲକାତା ନାଇଟ୍ ରାଇଡର୍ସ ଲଗାଇଥିଲା। ଏହା ପରେ ଆରସିବି ଦୌଡ଼ରେ ସାମିଲ ହୋଇଥିଲା। ଆରସିସି ୨ କୋଟି ପର୍ଯ୍ୟନ୍ତ ଯାଇଥିବା ବେଳେ କୋଲକାତା ୪.୬୦ କୋଟି ଡାକିଥିଲା। କିନ୍ତୁ ଶେଷରେ ମୁମ୍ବାଇ ବାଜି ମାରି ନେଇଛି। ମୁମ୍ବାଇ ଏହି ଖେଳାଳିଙ୍କୁ ୪.୮୦ କୋଟି ଟଙ୍କାରେ କିଣିବାରେ ସଫଳ ହୋଇଛି।
Also read: ଆଜିଙ୍କ୍ୟ ରାହାଣେଙ୍କ ସହ ପୃଥ୍ଵୀ ଶଙ୍କୁ କିଣିଲେନି କୌଣସି ଟିମ୍, ମେଗା ନିଲାମରେ ଏହି ଖେଳାଳି ଅଛନ୍ତି Unsold
ଆଲ୍ଲା ଗଜନଫରଙ୍କ ଏ ପର୍ଯ୍ୟନ୍ତ ରେକର୍ଡ ଦମଦାର ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ ବୋଲର ରହି ସାରିଛନ୍ତି। ମାତ୍ର ଭିସା ନ ମିଳିବା କାରଣରୁ ସେ ଭାରତ ଆସି ପାରି ନ ଥିଲେ। କିନ୍ତୁ ଏବେ ସେ ମୁମ୍ବାଇର ମୁଖ୍ୟ ଦଳର ଖେଳାଳି ହେବେ। ଏ ପର୍ଯ୍ୟନ୍ତ ସେ ଆଫଗାନିସ୍ତାନ ପକ୍ଷରୁ ୮ଟି ଦିନିକିଆ ଖେଳି ୧୨ ଓ୍ଵିକେଟ୍ ନେଇଛନ୍ତି। ସେ ଲିଷ୍ଟ ଏର ୧୨ ମ୍ୟାଚ୍ ଖେଳି ୧୬ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ୧୬ଟି ଟି-୨୦ ମ୍ୟାଚ୍ରେ ୨୯ ସଫଳତା ପାଇଛନ୍ତି।
ଏହି ସବୁ ଖେଳାଳିଙ୍କୁ କିଣିଲା ମୁମ୍ବାଇ
ମୁମ୍ବାଇ ଇଣ୍ଡିଆନ୍ସ ଦୀପକ ଚହରଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା କରିଛି। ମୁମ୍ବାଇ ଏହି ବୋଲରଙ୍କୁ ୯.୨୫ କୋଟି ଟଙ୍କାରେ କିଣିଛି। ଚହରଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ରିୟାନ ରିକଲଟନଙ୍କୁ ଏକ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। କର୍ଣ୍ଣ ଶର୍ମାଙ୍କୁ ୫୦ ଲକ୍ଷ ଓ ରବିନ ମିଞ୍ଜଙ୍କୁ ୬୫ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ନମନ ଧୀରଙ୍କ ପାଇଁ ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ ମୁମ୍ବାଇ ଆରଟିଏମର ବ୍ୟବହାର କରିଥିଲା। ତାଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି ମୁମ୍ବାଇ।